Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ତାମିଲନାଡୁ ଫେକ୍ Video  ମାମଲା: ମନୀଷ କଶ୍ୟପ ପରେ ଉପେନ୍ଦ୍ର ସାହାଣୀ ଗିରଫ, ଜାଣନ୍ତୁ କିଏ?

19/03/2023 at 7:38 PM

ପାଟନା ୧୯।୩: ତାମିଲନାଡୁ ତିରୁପୁରରେ ବିହାର ଶ୍ରମିକମାନଙ୍କ ଉପରେ ଆକ୍ରମଣର ଫେକ୍‌ ଭିଡିଓ ମାମଲାର ମୁଖ୍ୟ ଅଭିଯୁକ୍ତ ଉପେନ୍ଦ୍ର ସାହାଣୀଙ୍କୁ ମୁଜଫରପୁର ଓ ତାମିଲନାଡୁ ପୋଲିସ ମିଳିତ ଗିରଫ କରିଛନ୍ତି। ଗିରଫ ପରେ ତାକୁ କୋର୍ଟରେ ହାଜର କରାଯାଇଥିବା ବେଳେ ତାମିଲନାଡୁ ପୋଲିସ ରିମାଣ୍ଡ ନିବେଦନ କରିଛି। କୁହାଯାଉଛି ସର୍ବ ପ୍ରଥମେ ଉପେନ୍ଦ୍ର ସାହାଣୀଙ୍କ ମୋବାଇଲରୁ ଭିଡିଓ ସେୟାର ହୋଇଥିଲା। ଯାହା ପରେ ଭାଇରାଲ ହୋଇଯାଇଥିଲା।

ଉପେନ୍ଦ୍ର ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୫୩ (ବି), ୫୦୫, ୨୬୬(ଡି) ଓ ଆଇଟି ଅଧିନିୟମରେ ମୋକଦ୍ଦମା ରୁଜୁ ହୋଇଛି। ଉପେନ୍ଦ୍ରର ଗିରଫ ନେଇ ସଦର ଥାନା ପୋଲିସ ଏସଆଇ ମନୋଜ କୁମାର ଶାହ ସୂଚନା ଦେଇଛନ୍ତି। ଭାଇରାଲ ଭିଡିଓ ମାମଲାରେ ଉପେନ୍ଦ୍ର ଗିରଫ ହୋଇଥିବା ସେ କହିଛନ୍ତି। ଏହି ମାମଲାରେ ପୂର୍ବରୁ ଗୋପାଲ ଗଞ୍ଜ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଏହା ଛଡା ପଚରା ଉଚରା ଲାଗି ୨ ଜଣଙ୍କୁ ଅଟକ କରିଥିଲା। ଗିରଫ ଯୁବକଙ୍କ ନାମ ଉମେଶ ମହାତୋ ଓ ସେ ମାଧୋପୁର ଗାଁର ବାସିନ୍ଦା।

ମହାତୋଙ୍କୁ ଗିରଫ ପୁଷ୍ଟି କରି ଏସପି ସ୍ୱର୍ଣ୍ଣ ପ୍ରଭାତ କହିଥିଲେ ଯେ ମାଧୋପୁରର ବାସିନ୍ଦା ରବିନ୍ଦ୍ର ମହାତୋଙ୍କର ମାର୍ଚ୍ଚ ୭ ତାରିଖ ଦିନ ବେଙ୍ଗାଲୁରରେ ଟ୍ରେନରେ କଟି ମୃତ୍ୟୁ ହୋଇଥିଲା। ତେବେ ମୃତ ରବିନ୍ଦ୍ରଙ୍କୁ ତାମିଲନାଡୁରେ ହତ୍ୟା କରାଯାଇଥିବାର ଗୁଜବ ପ୍ରସାର କରାଯାଇଥିଲା। ତେବେ ମାମଲାର ତଦନ୍ତ ବେଳେ ଏହା ତାମିଲନାଡୁ ନୁହେଁ ବେଙ୍ଗାଲୁରର ଘଟଣା ବୋଲି ଜଣାପଡିଥିବା ବେଳେ ଗୁଜବ ରଟେଇ ଥିବା ଲୋକଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଥିଲା।

ସେପଟେ ବିହାରର ଶ୍ରମିକଙ୍କୁ ତାମିଲନାଡୁରେ ମାରପିଟ କରାଯାଉଥିବାର ମିଥ୍ୟା ଭିଡିଓ କରି ୟୁଟ୍ୟୁବରେ ଅପଲୋଡ ଲାଗି ମନୀଷ କଶ୍ୟପ ଶନିବାର ପୋଲିସରେ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ରବିବାର କୋର୍ଟରେ ଉପସ୍ଥାପନ କରାଯାଇଥିଲା। କୋର୍ଟ ମନିଷକୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠେଇ ଦେଇଛନ୍ତି। ମନିଷକୁ ପଶ୍ଚିମ ଚମ୍ପାରଣରୁ ଗିରଫ କରାଯିବା ପରେ ଆର୍ଥିକ ଅପରାଧ ୟୁନିଟ (ଇଓୟୁ) ତାଙ୍କୁ ପାଟନା ନେଇ ଆସିଛି। ପଚରା ଉଚରା ପରେ ମନିଷକୁ ରବିବାର କୋର୍ଟରେ ହାଜର କରାଯାଇଥିଲା।  

   Related Posts