Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଜେଡିୟୁ ଛାଡ଼ିଲେ ଉପେନ୍ଦ୍ର କୁଶୱା: ଗଠନ କଲେ ନୂଆ ଦଳ

20/02/2023 at 4:08 PM

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର୍‌ଙ୍କ ସହ ଦୀର୍ଘଦିନ ଧରି ମୁହାଁମୁହିଁ ସ୍ଥିତି ପରେ ଜେଡିୟୁ ଛାଡ଼ିଲେ ଦଳର ବରିଷ୍ଠ ନେତା ଉପେନ୍ଦ୍ର କୁଶାୱା। ସେ ଜେଡିୟୁର ସଂସଦୀୟ ବୋର୍ଡ ନେତା ଥିଲେ।

ଦୀର୍ଘ ଦିନ ହେଲା ନୀତୀଶ କୁମାରଙ୍କ ସହ ତାଙ୍କର ପଡ଼ୁନଥିଲା। ଦୁହେଁ ପରସ୍ପରକୁ ଟାର୍ଗେଟ କରି ଆସୁଥିଲେ। ଏସବୁ ନେଇ ଶ୍ରୀ କୁଶୱା ଦଳ ଛାଡ଼ିପାରନ୍ତି ବୋଲି ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା। ହେଲେ ସବୁ ଚର୍ଚ୍ଚାରେ ସୋମବାର ପୂର୍ଣ୍ଣଚ୍ଛେଦ ପକାଇ ସେ ଜେଡିୟୁ ଛାଡ଼ିଛନ୍ତି। ନୀତୀଶଙ୍କ ଦଳ ଛାଡ଼ିବା ପରେ ଏକ ନୂଆ ଦଳ ଗଠନ କରିଛନ୍ତି କୁଶୱା। ତାଙ୍କ ଦଳର ନାଁ ରହିଛି ‘ରାଷ୍ଟ୍ରୀୟ ଲୋକ ଜନତା ଦଳ’।

ଦଳ ଛାଡ଼ିବା ପରେ କୁଶୱା କହିଛନ୍ତି “ ଆମେ ‘ରାଷ୍ଟ୍ରୀୟ ଲୋକ ଜନତା ଦଳ’ ନାଁରେ ଏକ ନୂଆ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି। ମୋତେ ଏହି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇଛି। ଆମ ଦଳ କରପୋରୀ ଠାକୁରଙ୍କ ଆଦର୍ଶକୁ ଆଗକୁ ବଢାଇବ। ଆର୍‌ଜେଡି ସହ ଯାହା ଚୁକ୍ତି ସେସବୁ ରଦ୍ଦ କରିବା ଦିଗରେ ଆମମେ କାମ କରୁଛୁ।” ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଉପେନ୍ଦ୍ର କୁଶାୱା। ଏଥିସହିତ ସେ ଜେଡିୟୁର ବିଧାନ ପରିଷଦ ସଦସ୍ୟ ପଦରୁ ଇସ୍ଥଫା ଦେଇଥିବା ଘୋଷଣା କରିଛନ୍ତି।  

   Related Posts