'କଲେଜିୟମ୍ ସିଷ୍ଟମ୍ ଶେଷ ହେବ'; ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଉପେନ୍ଦ୍ର କୁଶଓ୍ବାହାଙ୍କ ବଡ଼ ବୟାନ

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ: କଲେଜିୟମ ପ୍ରଣାଳୀକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶଓ୍ବାହାଙ୍କ ବଡ଼ ବୟାନ । ସେ କହିଛନ୍ତି, ନିର୍ବାଚନ ପରେ ବିଜେପି ନେତୃତ୍ବଧୀନ ଏନଡିଏ ଶାସନ କ୍ଷମତାକୁ ଆସିଲେ ଦେଶର ନ୍ୟାୟିକ ବ୍ୟବସ୍ଥାରେ ଥିବା ଦୋଷ ଦୃର୍ବଳତାକୁ ସମାଧାନ କରାଯିବ । ଏନଡିଏ ସରକାର ପ୍ରଥମେ ନ୍ୟାୟଧୀଶ ନିଯୁକ୍ତି ପାଇଁ ଥିବା କଲେଜିୟମ ପ୍ରଣାଳୀଙ୍କୁ ଶେଷ କରିବାକୁ ଚେଷ୍ଟା କରିବ ବୋଲି ଉପେନ୍ଦ୍ର କୁଶଓ୍ବାହା କହିଛନ୍ତି । ବିହାରର କାରକାଟାରେ ଏକ ନିର୍ବାଚନୀ ଜନସଭା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଉପସ୍ଥିତରେ ଏଭଳି ବୟାନ ଦେଇଛନ୍ତି ଉପେନ୍ଦ୍ର କୁଶଓ୍ବାହା ।

ଉପେନ୍ଦ୍ର କୁଶଓ୍ବାହା କହିଛନ୍ତି, ନ୍ୟାୟଧୀଶ ନିଯୁକ୍ତି କଲେଜିୟମ ପ୍ରଣାଳୀରେ ବହୁ ତ୍ରୁଟି ରହିଛି । ଏହା ଦ୍ବାରା ସଂଖ୍ୟାଲଘୁ, ଓବିସି ଓ ଗରିବଙ୍କ ପାଇଁ ନ୍ୟାୟପାଳିକା ବନ୍ଦ ରହିଛି । ଗରିବଙ୍କୁ ଠିକ୍ ଉଚିତ୍ ନ୍ୟାୟ ମିଳିପାରୁ ନାହିଁ । କୁଶଓ୍ବାହା କହିଛନ୍ତି, ସୁପ୍ରିମକୋର୍ଟ ଓ ହାଇକୋର୍ଟର ଖଣ୍ଡପୀଠର ପରିଚାଳନା ଉପରେ ନଜର ପକାଇଲେ, କିଛି ପରିବାରର ସଦସ୍ୟ ଏହାକୁ କବଜା କରି ରଖିଛନ୍ତି। ଏହି ପ୍ରଣାଳୀକୁ ନେଇ ରାଷ୍ଟ୍ରପତି ଏବଂ ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଆଲୋଚନା କରିଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ମାନବ ସମ୍ବଳ ବିକାଶ ରାଜ୍ୟମନ୍ତ୍ରୀ ରହିଥିବା କୁଶଓ୍ବାହା, ୨୦୧୪ର ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ ବିଧେୟକକୁ ମନେପକାଇଛନ୍ତି । କେଉଁ କାରଣରୁ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଥିଲେ ବୋଲି ସେ ପ୍ରଶ୍ନ କରିଥିଲେ । ଏହା ସହିତ ରାଲୋମୋ ଅଧ୍ୟକ୍ଷ ଲାଲୁ ଯାଦବଙ୍କ ସାମାଜିକ ନ୍ୟାୟ ଦାବିକୁ ନେଇ କୁଶଓ୍ବାହା ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ସମୟରେ ଲାଲୁ ଯାଦବ   ଗଠବନ୍ଧନ ସରକରାରେ ମନ୍ତ୍ରୀ ଥିଲେ । ହେଲେ ସେ କଲେଜିୟମ ବିରୋଧରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ବୋଲି କୁଶଓ୍ବାହା କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.