ପୋଲିସ ବାବୁଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶାନାମା, ସମସ୍ତଙ୍କ ଓଜନ କରାଯିବ ରେକର୍ଡ...

Published By : Prameya-News7 Bureau | February 15, 2023 IST

ଭୁବନେଶ୍ୱର ୧୫।୦୨ : ପୋଲିସ ବାବୁଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶାନାମା । ପୋଲିସ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛି ଓଡିଶା ପୋଲିସ । ଡିଜି କ୍ୟାମ୍ପ ଅଫିସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ଡ୍ରିଲ୍‌ କରିବେ । ଏହାବ୍ୟତୀତ ମାସକୁ ଅତିକମ୍‌ରେ ୨୪ ଦିନ ବ୍ୟାୟାମ୍‌ କରିବେ ବୋଲି ଡିଜି କହିଛନ୍ତି । ସବୁ ପୋଲିସ ଅଫିସରଙ୍କ ଓଜନ ରେକର୍ଡ କରାଯିବ । ମାଦକ ଦ୍ରବ୍ୟରୁ ଦୂରେଇ ରହିବାକୁ ପରାମର୍ଶ ।  ଏନେଇ ଭୁବନେଶ୍ବର ୟୁପିଡ଼ି ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯେଉଁଥିରେ APR, DPO, CP ମୁଖ୍ୟାଳୟ, ଟିମ୍ ୬୦, OSAP  ମୋବାଇଲାଇଜଡ୍ ଫୋର୍ସ ସହିତ ସଂଯୁକ୍ତ ଥିବା UPD ଭୁବନେଶ୍ବରର ସମସ୍ତ ପୋଲିସ୍ କର୍ମଚାରୀ ମାନେ ଏହି ନିୟମ ମାନିବା ପାଇଁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.