ନିଜସ୍ଵ କିଛି ନାହିଁ, ଖାଲି କପି ପରେ କପି... ବଲିଉଡ୍‌ର ଆଗାମୀ ୧୦ ସାଉଥ୍‌ ରିମେକ୍ ଫିଲ୍ମ

Published By : Prameya-News7 Bureau | August 17, 2022 IST

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ ପ୍ରଥା ପ୍ରଚଳନ ଏବେ ସାଧାରଣ କଥା ହୋଇଗଲାଣି। ନିକଟରେ ଗୋଟିଏ ପରେ ଗୋଟିଏ ବଲିଉଡ୍‌ ସିନେମା ଫ୍ଲପ୍‌ ହେବାପରେ, ଏବେ ବଲିଉଡ୍ ଭାରି ଚିନ୍ତାରେ। କେଉଁଠି ସିନେମା ଚାଲୁନି ତ କେଉଁଠି ବୟକଟ୍ ବଲିଉଡ୍‌ର ଚିନ୍ତା ବଢାଇ ଦେଇଛି। ଏବେ ସମୟ ଚାଲିଛି ସାଉଥ୍‌ ଇଣ୍ଡଷ୍ଟ୍ରିର। ଭଲ କାହାଣୀ ସାଙ୍ଗକୁ ସାଉଥ୍‌ ଅଭିନେତାଙ୍କ ମନଲୋଭା ପ୍ରଦର୍ଶନ ଦର୍ଶକଙ୍କ ମନ ଜିତୁଛି। ଏମିତିରେ ବଲିଉଡ୍‌ ସାଉଥ୍‌ ମୁହାଁ ହୋଇଥିବା ଜଣାପଡିଛି। ଅର୍ଥାତ୍‌ ଆଗକୁ ବଲିଉଡ୍‌ର ଅନେକ ସାଉଥ୍‌ ରିମେକ୍‌ ଆସୁଛି। ବଲିଉଡ୍‌ରେ ସାଉଥ୍‌ ରିମେକ୍‌ ନୂଆ ନୁହେଁ ସତ, କିନ୍ତୁ ଏବେ ଲାଗୁଛି ଯେମିତି ସୂଅ ଛୁଟିଛି ସାଉଥ୍‌ ରିମେକ୍‌ର।

ଗଜନୀ, ଓ୍ଵାଣ୍ଟେଡ, ରାଓ୍ଵଡି ରାଠୋର, ଭୁଲଭୁଲେୟା ଓ କବୀର ସିଂ ଭଳି ହିଟ୍‌ ସାଉଥ୍‌ ରିମେକ୍‌ ପରେ ଆଗକୁ ବଲିଉଡ୍‌ରେ ଆସିବ ଏହିସବୁ ସାଉଥ୍ ସିନେମା।

{"id":672468,"sizeSlug":"full","linkDestination":"none"}

ଅନିୟାନ୍- ଆଇ ଫିଲ୍ମ ଷ୍ଟାର୍ ଚିୟାନ୍‌ ବିକ୍ରମ୍ ଓ ଅଭିନେତ୍ରୀ ସଦାଙ୍କ ଏହି ଫିଲ୍ମଟି ୨୦୦୫ରେ ରିଲିଜ୍‌ ହୋଇଥିଲା। ଏମିତି ବୋଧହୁଏ କେହି ନଥିବେ ଯିଏ ଏହି ଫିଲ୍ମର ହିନ୍ଦୀ ଡବିଙ୍ଗ୍‌ ଦେଖିନଥିବେ। ଅପରିଚିତ୍‌ ନାମରେ ପ୍ରସିଦ୍ଧ ଏହି ଫିଲ୍ମଟି ଏକ ସାଇକୋଲୋଜିକାଲ୍‌ ଆକ୍ସନ ଥ୍ରିଲର୍ ଅଟେ। ଏହି ଫିଲ୍ମ ଓ ଏଥିରେ ବିକ୍ରମ୍‌ଙ୍କ ମଲ୍‌ଟି କ୍ୟାରେକ୍ଟର୍ ଅଭିନୟକୁ ଦର୍ଶକ ବେଶ୍‌ ପ୍ରଶଂସା କରିଥିଲେ। ଏବେ ଏହାର ବଲିଉଡ୍‌ ରିମେକ୍‌ ଆସିବାକୁ ଯାଉଛି। ଏହାକୁ ଶଙ୍କର ନିର୍ମାଣ କରିବାକୁ ଯାଉଛନ୍ତି, ଯେଉଁଥିରେ ରଣବୀର ସିଂଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

{"id":672469,"sizeSlug":"full","linkDestination":"none"}

ବିକ୍ରମ ବେଧା- ସାଉଥ୍‌ ସୁପର୍‌ଷ୍ଟାର୍‌ ମାଧବନ ଏବଂ ବିଜୟ ସେତୁପତିଙ୍କ ଏହି ସିନେମାଟି ଭାରତୀୟ ପୌରାଣିକ କାହାଣୀ ବିକ୍ରମ ବେତାଳରୁ ଅନୁପ୍ରାଣିତ। ଏଥିରେ ଦୁଇ ଅଭିନେତାଙ୍କ ପ୍ରଦର୍ଶନ ଖୁବ୍ ଜବରଦସ୍ତ ହୋଇଛି।  ଖବର ଅନୁଯାୟୀ ୨୦୧୯ରୁ ଏହାର ହିନ୍ଦୀ ରିମେକ୍‌ କନଫର୍ମ ହୋଇସାରିଛି। ଏହାର କାଷ୍ଟିଙ୍ଗ୍‌ ବି ଭାରି ଇଣ୍ଟରେଷ୍ଟିଙ୍ଗ୍‌ ହୋଇଛି। ସୈଫ୍‌ ଅଲ୍ଲୀ ଖାନ୍ ଓ ହ୍ରିତିକ୍‌ ରୋଶନ୍‌ଙ୍କୁ ଏଥିରେ ଚୋର ଓ ପୋଲିସ୍ ଭୂମିକାରେ ଦେଖିବାକୁ ମିଳିବ।

{"id":672470,"sizeSlug":"full","linkDestination":"none"}

ଆଲା ବୈକୁଣ୍ଠ ପୁରୋମୁଲୋ- ଟଲିଉଡ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଓ ନାୟିକା ପୂଜା ହେଗ୍‌ଡେଙ୍କ ବ୍ଲକ ବଷ୍ଟର ଫିଲ୍ମ ହେଉଛି ଆଲା ବୈକୁଣ୍ଠ ପୁରୋମୁଲୋ। ଏହି ସିନେମାଟି ହାଇୟେଷ୍ଟ ଗ୍ରସିଙ୍ଗ୍‌ ତେଲୁଗୁ ଫିଲ୍ମ ହେବା ସାଙ୍ଗକୁ ୨୦୨୦ର ହାଇୟେଷ୍ଟ ଗ୍ରସିଙ୍ଗ୍‌ ଭାରତୀୟ ସିନେମାର ଭିତରୁ ମଧ୍ୟ ଗୋଟିଏ। । ଭୁଲଭୁଲେୟା ୨ ର ସଫଳତା ପରେ ଏବେ କାର୍ତ୍ତିକ ଆରିୟାନ୍ ଏହି ତେଲୁଗୁ ଫିଲ୍ମର ରିମେକ୍‌ ପାଇଁ ଅଣ୍ଟା ଭିଡିଛନ୍ତି। ସିନେମାର ନା ରହିଛି ଶେହଜାଦା। କାର୍ତ୍ତିକ୍‌ଙ୍କ ସହିତ ଏଥିରେ କ୍ରିତି ସେନନ୍ ନଜର ଆସିବେ।

{"id":672471,"sizeSlug":"large","linkDestination":"none"}

ସୁରାରାଇ ପୋତୁରୁ- ସୁପର୍‌ଷ୍ଟାର୍ ସୂର୍ଯ୍ୟାଙ୍କ ବହୁଚର୍ଚ୍ଚିତ ସିନେମା ସୁରାରାଇ ପୋତୁରୁ ଭାରତର ପ୍ରଥମ କମ୍‌ ଦାମ୍‌ ଏୟାର୍‌ଲାଇନ୍ସ ସିମ୍ପ୍ଲି ଫ୍ଲାଏର ଫାଉଣ୍ଡର୍‌ ଜି.ଆର୍.ଗୋପୀନାଥଙ୍କ ରିୟଲ୍‌ ଲାଇଫ୍ ଉପରେ ଆଧାରିତ। ଏହି ଫିଲ୍ମ ପାଇଁ ଅଭିନେତା ସୂର୍ଯ୍ୟା, ଅଭିନେତ୍ରୀ ଅପର୍ଣ୍ଣା ଓ ନିର୍ଦ୍ଦେଶକ ସୁଧା ସମେତ ଶାଲିନୀ ଓ ପ୍ରକାଶ କୁମାରଙ୍କୁ ୨୦୨୦ରେ ଜାତୀୟ ପୁରସ୍କାର ମିଳିଛି। ଖିଲାଡି ଷ୍ଡାର୍ ଅକ୍ଷୟ କୁମାର ଓ ରାଧିକା ମଦନଙ୍କୁ ନେଇ ଖୁବ୍ ଶୀଘ୍ର ଏହାର ହିନ୍ଦୀ ରିମେକ୍ ପରଦାକୁ ଆସିବ। 

{"id":672472,"sizeSlug":"full","linkDestination":"none"}

କୈଥି- ୧୯୭୬ ହଲିଉଡ୍‌ ଫିଲ୍ମ ଆସଲ୍ଟ ଅନ୍ ପ୍ରିସିଂକ୍ଟ ୧୩ ରୁ ଅନୁପ୍ରାଣିତ ତାମିଲ ଫିଲ୍ମ କୈଥି ୨୦୧୯ରେ ରିଲିଜ୍‌ ହୋଇଥିଲା। ଅଭିନେତା କାର୍ଥି ଏଥିପାଇଁ ଅନେକ ପ୍ରଶଂସା ସାଉଁଟିଥିଲେ। ୨୦୨୦ରେ ବଲିଉଡ୍‌ ସିଂଘମ୍‌ ଅଜୟ ଦେବଗନ ଏହାର ହିନ୍ଦୀ ରିମେକ୍‌ର ଘୋଷଣା କରିଛନ୍ତି। ଫିଲ୍ମର ଟାଇଟଲ ଭୋଲା ରହିଥିବା ବେଳେ ଏହା ୨୦୨୩ ମାର୍ଚ୍ଚ ୩୦ ରେ ରିଲିଜ୍‌ ହେବ।

{"id":672474,"sizeSlug":"full","linkDestination":"none"}

ମାଷ୍ଟର- ତାମିଲ୍ ସୁପରଷ୍ଟାର ବିଜୟ ଥଲପତିଙ୍କ ଫିଲ୍ମ ମାଷ୍ଟର ୨୦୨୧ରେ ରିଲିଜ୍‌ ହୋଇଥିଲା। ଏହାର ଗୀତ ବାଥି କମିଙ୍ଗ୍ ଟ୍ରେଣ୍ଡ୍‌ କରିବା ସାଙ୍ଗକୁ ସିନେମାଟି ୨୫୦ କୋଟିର ବକ୍ସ ଅଫିସ୍ କଲେକ୍ସନ୍ କରିଥିଲା। ଏଥିରେ ବିଜୟ ସେତୁପତିଙ୍କ ଭିଲିୟାନ୍‌ ଭୂମିକାରେ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏବେ ଖବର ମିଳୁଛି ମାଷ୍ଟରର ରିମେକ୍‌ ପାଇଁ ଭାଇଜାନ୍‌ ସଲମାନ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଶାହୀଦ୍‌ କପୁରଙ୍କ ନାଁ ମଧ୍ୟ ଶୁଣିବାକୁ ମିଳିଥିଲା। ଫିଲ୍ମଟି ଖୁବ୍‌ଶୀଘ୍ର ରିଲିଜ୍‌ ହେବ।  

ୟୁ ଟର୍ଣ୍ଣ- ଲୋକପ୍ରିୟ  ଅଭିନେତ୍ରୀ ତଥା ସାଉଥ୍‌ ଇଣ୍ଡଷ୍ଟ୍ରିର ଆଗ ଧାଡି ନାୟିକା ସାମନ୍ଥା ରୁଥ୍‌ ପ୍ରଭୁ। ତାଙ୍କ ବହୁ ଚର୍ଚ୍ଚିତ କନ୍ନଡା ଫିଲ୍ମ ୟୁ ଟର୍ଣ୍ଣ ପାଇଁ ତାଙ୍କୁ କ୍ରିଟିକ୍ସ ଓ ଫ୍ୟାନ୍ସଙ୍କ ଠାରୁ ଅନେକ ପ୍ରଶଂସା ମିଳିଥିଲା। ଫିଲ୍ମର କାହାଣୀ ସାଙ୍ଗକୁ ଅଭିନେତ୍ରୀ ଭୂମିକା ଚାଓ୍ବଲାଙ୍କ ଅଭିନୟ ରୋଚକ ହୋଇଥିଲା।  ପ୍ରଯୋଜିକା ଏକତା କପୁର ଏହାର ରିମେକ ଘୋଷଣା କରିଛନ୍ତି। ଜଓ୍ବାନୀ ଜାନେମନ୍‌ ଫେମ୍ ଅଲାୟାଙ୍କୁ ନେଇ ସେ ଏହି ଫିଲ୍ମ ନିର୍ମାଣ କରିବେ।

{"id":672473,"sizeSlug":"full","linkDestination":"none"}

ଧ୍ରୁବଙ୍ଗାଲ୍‌ ପାଥିନାରୁ- ୨୦୧୬ର ଏହି ତାମିଲ ସିନେମାର ବଲିଉଡ୍‌ ରିମେକ୍‌ ବରୁଣ ଧଓ୍ବନ୍‌ଙ୍କୁ ନେଇ ପୁରା ପ୍ରସ୍ତୁତ। ସାଜିଦ୍‌ ନାଡିଆଡ୍‌ଓ୍ବାଲାଙ୍କ ଏହି ଫିଲ୍ମର ବର୍ତ୍ତମାନର ଶୀର୍ଷକ ରହିଛି ସନ୍‌କୀ। କାର୍ତ୍ତିକ ନରେନଙ୍କ ଏହି କ୍ରାଇମ୍‌ ଥ୍ରିଲର  ହିନ୍ଦୀ ରିମେକ୍‌କୁ ନରେନ୍‌ ହିଁ ନିର୍ଦ୍ଦେଶନା ଦେଉଥିବାବେଳେ ଏଥିରେ ପରିଣୀତି ଚୋପ୍ରା ନାୟିକା ସାଜିଛନ୍ତି।

{"id":672476,"sizeSlug":"full","linkDestination":"none"}

କୋମାଲୀ- ପ୍ରଦୀପ ରଙ୍ଗନାଥନ୍‌ଙ୍କ ସାଇନ୍ସ ଫିକ୍ସନ୍ ଫିଲ୍ମ କୋମାଲୀରେ ନାୟକ ୧୬ ବର୍ଷ ପରେ କୋମାରୁ ଉଠି ମଡର୍ଣ୍ଣ ସୋସାଇଟି ସାଙ୍ଗେ ଖାପ ଖୁଆଇବା ପାଇଁ କରୁଥିବା କଷ୍ଟ ଓ ରୋଚକ ଟ୍ବିଷ୍ଟକୁ ନେଇ କାହାଣୀଟି ଗତିଶୀଳ। ଏହି କମେଡି ଡ୍ରାମାରେ ତାମିଲ୍‌ ଷ୍ଟାର୍‌ ଜୟମ୍‌ ରବିଙ୍କ ସମେତ ଅଭିନେତ୍ରୀ କାଜୋଲ ଅଗ୍ରଓ୍ବାଲ ନଜର ଆସିଥିଲେ। ବର୍ତ୍ତମାନ ଫିଲ୍ମର ବଲିଉଡ୍‌ ରିମେକ୍‌ରେ ଅର୍ଜୁନ କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ବୋନୀ କପୁର ଏହାକୁ ନିର୍ମାଣ କରିବେ।

{"id":672477,"sizeSlug":"full","linkDestination":"none"}

ଡିୟର କୋମ୍ରେଡ୍- ୟୁଥ୍‌ ସେନ୍‌ସେଶନ୍‌ ତଥା ସୁପରଷ୍ଟାର ଅଭିନେତା ବିଜୟ ଦେବରକୋଣ୍ଡା। ଦିନକୁ ଦିନ ତାଙ୍କ ଫ୍ୟାନ୍‌ ବେସ୍‌ ବଢିବାରେ ଲାଗିଛି।  ଅର୍ଜୁନ୍ ରେଡି ଷ୍ଟାର୍ ଲାଇଗର ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଛନ୍ତି। ତାଙ୍କର ଅନ୍ୟତମ ଲୋକପ୍ରିୟ ସିନେମା ଡିୟର୍‌ କୋମ୍ରେଡ୍‌ରେ ରଶ୍ମିକାଙ୍କ ସାଙ୍ଗେ ତାଙ୍କ ଯୋଡି ଜମିଥିଲା। କରଣ ଜୋହର ଏହାର ବଲିଉଡ୍‌ ରିମେକ୍ ନିର୍ମାଣ କରୁଛନ୍ତି। ଖବର ଅନୁଯାୟୀ ବିଜୟଙ୍କୁ ହିଁ ପ୍ରଥମେ ଏହି ରୋଲ୍‌ ଅଫର୍‌ ହୋଇଥିଲା ଓ ସେ ଏହାକୁ ମନା କରିଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ସିନେମାର ରିମେକ୍‌ ପାଇଁ ଅନ୍ୟ କୌଣସି ଅଭିନେତା ନିଶ୍ଚିତ ହୋଇନାହାଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.