Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ରଣବୀର କପୁରଙ୍କୁ ଧରି ଖୁବ୍ ଜୋରରେ କାନ୍ଦିଲେ ଆଲିଆ ! ସୋସିଆଲ୍ ମିଡିଆରେ ବାରମ୍ବାର ଦେଖାଯାଉଛି ଏହି ଭିଡିଓ

31/05/2022 at 6:06 PM

ମୁମ୍ବାଇ ୩୧।୫: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ବଡ ଷ୍ଟାର ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ବିବାହ କରିଛନ୍ତି । ଏ ଦୁଇ ଜଣଙ୍କୁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ଦେଖିବାକୁ ମିଳିବ । ଫ୍ୟାନ୍ସ ବି ଉଭୟଙ୍କୁ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଏବେ ସୋସିଆଲ ମିଡିଆରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ଏକ ଭିଡିଓ ଦର୍ଶକ ବାରମ୍ବାର ଦେଖୁଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ରଣବୀର ଏବଂ ଆଲିଆଙ୍କୁ ଦେଖିବାକୁ ମିଳିଛି । ଭିଡିଓରେ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ସ୍ବାମୀ ତଥା ଅଭିନେତା ରଣବୀର କପୁରଙ୍କୁ ଧରି କାନ୍ଦୁଛନ୍ତି ।

ଏହି ଭିଡିଓ ପ୍ରକୃତରେ ଆୟାନ ମୁଖାର୍ଜୀଙ୍କ ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟିଜର । ଏହି ଭିଡିଓରେ ଆଲିଆ ଭଟ୍ଟଙ୍କ ଚରିତ୍ର ‘ଇଶା’ ରଣବୀର କପୁରଙ୍କ ଚରିତ୍ର ‘ଶିବା’କୁ ଧରି କାନ୍ଦୁଛି । ସେହି ସମୟରେ ସେ ବହୁତ ଚିନ୍ତିତ ଥିବା ମଧ୍ୟ ଦେଖାଯାଉଛି । ଫିଲ୍ମର ଟିଜରରେ ରଣବୀର ଏବଂ ଆଲିଆଙ୍କ ସହ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟଙ୍କ ଚରିତ୍ରର ଝଲକ ମଧ୍ୟ ଦେଖିବାକୁ ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଆଜି ଭାଇଜାଗରେ ଫ୍ୟାନ୍ ଇଭେଣ୍ଟରେ ରଣବୀର କପୁର, ଆୟାନ ମୁଖାର୍ଜୀ ଏବଂ ଏସଏସ ରାଜମୌଲିଙ୍କ ଉପସ୍ଥିତରେ ଫିଲ୍ମର ଟିଜର ରିଲିଜ କରାଯାଇଛି । ଟିଜରକୁ ସୋସିଆଲ ମିଡିଆରେ ଆୟାନ, ଆଲିଆ ଏବଂ କରଣ ଜୋହରଙ୍କ ସମେତ ଅନେକ ପୋଷ୍ଟ କରିଛନ୍ତି । ଟିଜର ସହ ଏହା କୁହାଯାଇଛି ଯେ, ଫିଲ୍ମର ଟ୍ରେଲର ଜୁନ୍ ୧୫ରେ ରିଲିଜ କରାଯିବ । ଫିଲ୍ମଟି ସେପ୍ଟେମ୍ବର ୯ରେ ରିଲିଜ ହେବ ।

   Related Posts