କପିଲ୍ ଶର୍ମା ଶୋ’ ଛାଡିଲେ ପିଙ୍କି ବୁଆ, କହିଲେ-କିଛି ମଜା ଆସୁନାହିଁ

Published By : Prameya-News7 Bureau | July 02, 2022 IST

ନୂଆଦିଲ୍ଲୀ ୦୨।୦୭ : କପିଲ ଶର୍ମା ଶୋ’ ଦେଶର ସବୁଠାରୁ ବଡ କମେଡି ଶୋ’ ହୋଇପାରିଛି । ଯେଉଁଥିରେ ପ୍ରଚୁର ଭାବରେ କମେଡି ଦେଖିବାକୁ ମିଳିଥାଏ । ଶୋ’ରେ କିଛି ପୁରୁଣା ଅଭିନେତାଙ୍କୁ ଦେଖିବାକୁ ମିଳୁଥିବାବେଳେ ଅନେକ କଳାକାର ଶୋ’ ଛାଡିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉପସାନା ସିଂ, ଯିଏ କି ପିଙ୍କି ବୁଆ ଭୂମିକାରେ ବହୁ ବର୍ଷ ଧରି ଅଭିନୟ କରିଥିଲେ ଏବଂ ପ୍ରତ୍ୟେକ ଥର ସେ ନିଜ ଦକ୍ଷତା ସହିତ ଲୋକଙ୍କୁ ହସାଉଥିଲେ। କିନ୍ତୁ ହଠାତ୍ ସେ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ଏହା ପଛର କାରଣ ମଧ୍ୟ କହିଛନ୍ତି।

ନିକଟରେ ଉପାସନା ସିଂ ଏକ ସାକ୍ଷାତକାରରେ କହିଛନ୍ତି କି ସେ ଏହି ଶୋ’ ରୁ ବହୁତ ଟଙ୍କା ପାଉଥିଲେ କିନ୍ତୁ ସନ୍ତୁଷ୍ଟ ନୁହଁନ୍ତି । ଏକ ପ୍ରକାରର ସମୟରେ ସନ୍ତୁଷ୍ଟତା ଟଙ୍କା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେ ସମାନ ଚରିତ୍ର ସହ ଅଭିନୟ କରି କରି ବିରକ୍ତ ହୋଇଯାଇଛନ୍ତି, ସେ ଏହାକୁ ଉପଭୋଗ କରୁନଥିଲେ । ସେ ଏହା ବିଷୟରେ ନିର୍ମାତାଙ୍କୁ ମଧ୍ୟ କହିଥିଲେ ଯେ ତାଙ୍କୁ ଏପରି ଚରିତ୍ର ଦିଆଯିବା ଉଚିତ ଯାହାକୁ କେହି କରିପାରିବେ ନାହିଁ।

ତାଙ୍କ କହିବାନୁସାରେ- 'ମୁଁ ଅଢେଇ ବର୍ଷ ଧରି କପିଲ ଶୋ' କରିଥିଲି, ମୁଁ ଭଲ ଟଙ୍କା ପାଉଥିଲି କିନ୍ତୁ ମୁଁ କପିଲଙ୍କୁ କହିଥିଲି ଯେ ଏଠାରେ ମୋ ପାଇଁ କିଛି ନୂଆ କଥା ନାହିଁ। ମୋତେ କିଛି ଅଲଗା ଦିଅ, ଏଥିରେ କିଛି ମଜା ଆସୁନାହିଁ। ଶୋ ଛାଡିବା ସମୟରେ ମୁଁ କପିଲଙ୍କୁ କହିଥିଲି ଯେ ଯେତେବେଳେ ମୋ ପାଇଁ କିଛି ଇଣ୍ଟ୍ରେସ୍‌ଟିଙ୍ଗ ଆସିବ ସେତେବେଳେ ମୋତେ ଶୋ’କୁ ଡାକିବ। କହିବାକୁ ଗଲେ ନିକଟରେ ରିଲିଜ୍‌ ହୋଇଥିବ ୱେବ୍‌ ସିରିଜ୍‌ ମାସୁମ୍‌ ରେ ଉପସାନା ସିଂ ନଜର ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.