ରାମଚରଣଙ୍କ ଇଣ୍ଟିମେଣ୍ଟ ସିନ୍‌ ଦେଖି ଚିନ୍ତିତ ହେଉଥିଲେ ଉପାସନା, କହିଲେ-ଏହା ନିହାତି ଜରୁରୀ…

Published By : Prameya-News7 Bureau | February 12, 2024 IST

ମୁମ୍ଵାଇ ୧୨।୦୨: ଦକ୍ଷିଣ ଅଭିନେତା ରାମଚରଣ। କେବଳ ଜଣେ ଉତ୍କୃଷ୍ଟ ଅଭିନେତା ନୁହଁନ୍ତି ବରଂ ଜଣେ ପରଫେକ୍ଟ ଫ୍ୟାମିଲି ମ୍ୟାନ୍‌। ଲୋକମାନେ ସୋସିଆଲ ମିଡିଆରେ ଅଭିନେତା ଏବଂ ତାଙ୍କ ପତ୍ନୀ ଉପାସନାଙ୍କ କେମେଷ୍ଟ୍ରିକୁ ବହୁତ ପସନ୍ଦ କରନ୍ତି।  ଉଭୟଙ୍କ ଅନେକ ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ପତ୍ନୀ ଭାବରେ ଉପାସନା ମଧ୍ୟ ତାଙ୍କ ସ୍ୱାମୀଙ୍କ ଅନ୍ୟ ମହିଳାଙ୍କ ନିକଟତର ହେବାକୁ ପସନ୍ଦ କରୁନଥିଲେ। ସେ କେବେବି ଚାହୁଁ ନଥିଲେ ଯେ ରାମଚରଣ ଅନ୍ୟ କୌଣସି ଝିଅ ସହିତ ଅନ୍ତରଙ୍ଗ ଦୃଶ୍ୟ ସୁଟିଂ କରନ୍ତୁ । ଏନେଇ ଏକ ସାକ୍ଷାତକାରରେ ଉପସନା ନିଜେ ଏହା ପ୍ରକାଶ କରିଛନ୍ତି।

ଚଳଚ୍ଚିତ୍ରରେ ରାମଚରଣଙ୍କ ଅନ୍ତରଙ୍ଗ ଦୃଶ୍ୟ ଦେଖିବା ପରେ ଉପାସନା ବିରକ୍ତ ହୋଇ ରାମଚରଣଙ୍କୁ ପଚାରିଥିଲେ ଯେ ଅଭିନେତ୍ରୀମାନଙ୍କ ସହ ରୋମାଣ୍ଟିକ କିମ୍ବା ଅନ୍ତରଙ୍ଗ ଦୃଶ୍ୟ ସୁଟିଂ କରିବା ନିହାତି ଆବଶ୍ୟକ କି? ଯଦି ସେମାନେ ଏହା ନକରନ୍ତି ତେବେ କ’ଣ ହେବ? ଉପସାନା କହିଛନ୍ତି ଯେ ଏହି ପ୍ରଶ୍ନ ଉପରେ ରାମ ତାଙ୍କୁ କହିଥିଲେ ଯେ 'ଦୟାକରି ଏହାକୁ ବୁଝ', ଏହା ହେଉଛି ତାଙ୍କର ବୃତ୍ତି। ଏହା ବ୍ୟତୀତ ରାମ ତାଙ୍କ ପତ୍ନୀଙ୍କୁ ଏହି ଦୃଶ୍ୟ ଗୁଡ଼ିକର ସୁଟିଂ କରିବାର ଟେକନିକ୍‌ ବିଷୟରେ ମଧ୍ୟ କହିଥିଲେ।

ଉପସାନା କହିଛନ୍ତି ଯେ ଦୁହେଁ ବିଭିନ୍ନ ବୃତ୍ତିରୁ ଆସିଛନ୍ତି। ସେ ଶୁଟିଂ ଏବଂ ଏହା ସହ ଜଡିତ ଜିନିଷ ବିଷୟରେ କିଛି ଜାଣନ୍ତି ନାହିଁୱ। ଆରମ୍ଭରେ, ସେ ସ୍ୱାମୀଙ୍କ ଏପରି ଦୃଶ୍ୟ ଦେଖିବା ପରେ ବିରକ୍ତ ହୋଇ ନିଜକୁ ଅସହଜ ମନେ କରୁଥିଲେ । ଏବେ ଉପାସନା ଏହିସବୁ ବିଷୟରେ ଚିନ୍ତା କରନ୍ତି ନାହିଁ ।  ୨୦୧୨ରେ ରାମଚରଣ ଏବଂ ଉପସାନା ବିବାହ କରିଥିଲେ । ବିବାହର ୧୧ ବର୍ଷ ପରେ, ଦମ୍ପତିଙ୍କ ଘରେ ଖୁସି ଖବର ଆସିଥିଲା । ବର୍ତ୍ତମାନ ଏହି ଦମ୍ପତି ନିଜ ଝିଅର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି।

wp:embed {"url":"https://www.prameyanews7.com/varun-dhawan-cameo-in-stree-2/","type":"wp-embed","providerNameSlug":"prameya-news-7"}
https://www.prameyanews7.com/varun-dhawan-cameo-in-stree-2/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.