ଉପରାଷ୍ଟ୍ରପତି ନିର୍ବାଚନ : ସକାଳ ୧୦ଟାରୁ ଆରମ୍ଭ ହେବ ଭୋଟ୍ ଗ୍ରହଣ, ଆଜି ହିଁ ଆସିବ ଫଳାଫଳ

Published By : Prameya-News7 Bureau | August 06, 2022 IST

ନୂଆଦିଲ୍ଲୀ ୦୬/୦୮: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଭୋଟ୍ ଗ୍ରହଣ ହେବ। ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ। ସଂସଦ ଭବନରେ ଗୋପନ ବାଲଟ ଜରିଆରେ ମତଦାନ ଅନୁଷ୍ଠିତ ହେବ । ଏହାପରେ ତୁରନ୍ତ ଭୋଟ ଗଣତି କରାଯିବା ସହ ଫଳ ଘୋଷଣା ହେବ ।

ଲୋକସଭା ଓ ରାଜ୍ୟସଭାର ମୋଟ ୭୯୦ ସଦସ୍ୟ ଭୋଟ୍ ଦେଇ ଉପରାଷ୍ଟ୍ରପତି ବାଛିବେ । ସେମାନଙ୍କ ମଧ୍ୟରେ ରାଜ୍ୟସଭାର ୨୪୫ ଏବଂ ଲୋକସଭାର ୫୪୫ ସଦସ୍ୟ ଅଛନ୍ତି । ପ୍ରତ୍ୟେକ ସଦସ୍ୟଙ୍କ ଭୋଟର ମୂଲ୍ୟ ୧ ରହିବ । ଉଭୟ ଗୃହକୁ ମନୋନୀତ ହୋଇ ଯାଇଥିବା ସଦସ୍ୟ ମାନେ ମଧ୍ୟ ଭୋଟ୍ ଗ୍ରହଣରେ ସାମିଲ ହୋଇପାରିବେ । ଏଥର ଇଲେକ୍ ଟୋରାଲ କଲେଜ ସଦସ୍ୟଙ୍କ ସଂଖ୍ୟା ୭୮୮ ରହିଛି। ଏବଂ ମ୍ୟାଜିକ ସଂଖ୍ୟା ହେଉଛି ୩୯୫ । ସଂସଦର ସଦସ୍ୟମାନେ ଭୋଟ୍ ଦେଇ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବେ। ଆଜି ହିଁ ଏହି ନିର୍ବାଚନର ଫଳାଫଳ ଘୋଷଣା ହେବ।

ଏନ୍ ଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଏବଂ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି। ସନ୍ଧ୍ୟାରେ ନିର୍ବାଚନ ଅଧିକାରୀ ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରିବେ। ନିର୍ବାଚନରେ ଏନ୍ ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ ସହଜରେ ବିଜୟ ହାସଲ କରିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଛି। ସେପଟେ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୧୦ରେ ଶେଷ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.