ଘନ କୁହୁଡ଼ି ଯୋଗୁ UP ଯମୁନା ଏକ୍ସପ୍ରେସ୍‌ ୱେରେ ସିରିଏଲ ଦୁର୍ଘଟଣା, ପରସ୍ପର ସହ ଧକ୍କା ଲାଗିରେ ୮ ବାହନ, ୬ ଆହତ

Published By : Prameya-News7 Bureau | January 10, 2023 IST

ମଥୁରା ୧୦।୧: ଘନ କୁହୁଡ଼ି ଓ କମ୍ ଦୃଶ୍ୟତା (ଭିଜିବିଲିଟି) ଯୋଗୁ ମଙ୍ଗଳବାର ଉତ୍ତରପ୍ରଦେଶ ଯମୁନା ଏକ୍ସପ୍ରେସ୍ ୱେର ମଥୁରା ଟୋଲ ପ୍ଲାଜା ନିକଟରେ ୫ଟି ଗାଡି ପରସ୍ପର ସହ ଧକ୍କା ଲାଗିଛନ୍ତି। ଦୁର୍ଘଟଣାଗ୍ରସ୍ତ ଏହି ଗାଡି ଗୁଡିକୁ ରାସ୍ତାରୁ ହଟେଇବା ବେଳେ ଏଥିରେ ଆଉ ୩ଟି ଗାଡି ଆସି ଧକ୍କା ଲାଗିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହିସବୁ ଦୁର୍ଘଟଣାରେ ଅନୁନ୍ୟ ୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ମଥୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭୀଷଣ ଥଣ୍ଡା ସାଙ୍ଗକୁ କୁହୁଡି ଏବେ ଉତ୍ତର ଭାରତରେ ବିତ୍ପାତ ରଚିଛି। ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ କୁହୁଡ଼ି ଯାତାୟାତକୁ ପ୍ରଭାବିତ କରିଛି। ଏଥିରେ ମଙ୍ଗଳବାର ପୂର୍ବାହ୍ନରେ ମଥୁରା ଟୋଲ ପ୍ଲାଜା ନିକଟରେ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବାହନ କଣ୍ଟେନରକୁ ଧକ୍କା ଦେଇଥିଲା। ଫଳରେ ବିଦେଶ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଗାଡିରେ ଥିବା ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି।

wp:html /wp:html

ଏହି ଦୁର୍ଘଟଣା ପରେ ପରେ ପଛକୁ ପଛ ସିରିଏଲ ଦୁର୍ଘଟଣା ଘଟିଥିଲା। କଣ୍ଟେନର ସହ ଧକ୍କା ଲାଗି ଛିଡା ହୋଇଥିବା ଗାଡି ସହ ଆଉ ୩ଟି ଗାଡି ଆସି ଧକ୍କା ଲାଗିଥିଲେ। ଫଳରେ ୫ଟି ଗାଡି ରାସ୍ତାରେ ଦୁର୍ଘଟଣାର ଶିକାର ହେବା ପରେ ପୋଲିସ ରାସ୍ତାରୁ ଦୁର୍ଘଟଣାର ଶିକାର ହୋଇଥିବା ଗାଡିକୁ ହଟାଇବାକୁ ଉଦ୍ୟମ ଆରମ୍ଭ କରିଥିଲା। ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡି ହଟୁଥିବା ବେଳେ ଏଥିରେ ଆସି ଆଉ ୩ଟି ବାହନ ଧକ୍କା ଲାଗିଥିଲେ। ଫଳରେ ସିରିଏଲ ଦୁର୍ଘଟଣା ଚିନ୍ତାନଜକ ପରିସ୍ଥିତି ସୃଷ୍ଟି କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ ଉତ୍ତର ଭାରତର ଅନେକ ରାଜ୍ୟରେ ଏବେ ଶୀତ ଲହର ଜାରି ରହିଛି। ଏଥିରେ କେତେକ ଅଞ୍ଚଳରେ ଘନରୁ ଘନ କୁହୁଡି ପଡୁଥିବା ବେଳେ ଅନୁନ୍ୟ ଦୃଶ୍ୟତା ମଧ୍ୟ ରହୁ ନାହିଁ। ଏଣୁ ବାହନ ଦୁର୍ଘଟଣା ଆଶଙ୍କା ବଢି ଯାଇଥିବା ବେଳେ ଉତ୍ତର ପ୍ରଦେଶ ରାଜ୍ୟ ସଡକ ପରିବହନ ବିଭାଗ ରାତିରେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ କରିଦେଇଛନ୍ତି। ପାଖାପାଖି ୨୪ ରୁଟରେ ରାତ୍ରିକାଳୀନ ଯାତ୍ରୀ ପରିବହନ ବସ ଚଳାଚଳ ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.