oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ନିର୍ବାଚନରେ ହାରିଲେ, ଟଙ୍କା ଆଦାୟ ପାଇଁ ସ୍ତ୍ରୀକୁ ବିକ୍ରି କଲା ସ୍ୱାମୀ, ଥାନାରେ ଅଭିଯୋଗ କଲେ ପୀଡିତ ମହିଳା

18/03/2022 at 5:58 PM

ନୂଆଦିଲ୍ଲୀ,୧୮/୦୩: ଉତ୍ତର ବିଧାନସଭା ପାଇଁ ନିର୍ବାଚନ ଶେଷ ହୋଇଛି। ଏହାରି ଭିତରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ଜଣେ ସ୍ଥାନୀୟ ନେତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ । ମହିଳାଙ୍କ ଅଭିଯୋଗ ଟଙ୍କା ପାଇଁ ତାଙ୍କ ସ୍ୱାମୀ ତାଙ୍କୁ ବିକ୍ରି କରିଛନ୍ତି । ଏହାସହ ନିଜ ଘରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

ନିର୍ବାଚନ ସମୟରେ ଅଭିଯୁକ୍ତ ନେତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ନେତା ଜଣଙ୍କ ଥାନା ପରିସରରେ କାନ୍ଦି କାନ୍ଦି କହୁଥିଲେ, ଟଙ୍କା ଦେବା ପରେ ବି ଟିକେଟ ପାଇବାରୁ ବଞ୍ଚିତ ହୋଇଛି । ସ୍ୱାମୀଙ୍କ ଏହି ଭିଡିଓ ଭାଇରାଲ ପରେ ଅନ୍ୟ ଏକ ଦଳ ପକ୍ଷରୁ ମହିଳାଙ୍କୁ ଟିକେଟ୍ ଦିଆଯାଇଥିଲା ।

ମହିଳାଙ୍କ ଅଭିଯୋଗ, ମାର୍ଚ୍ଚ ୧୦ ମତଗଣନା ଦିନ ତାଙ୍କ ସ୍ୱାମୀ କାଉଣ୍ଟିଂ ଷ୍ଟେସନକୁ ନେଇ ନଥିଲେ । ମତଗଣନା ଶେଷ ହେବାର କିଛି ଘଣ୍ଟା ପରେ ସ୍ୱାମୀଙ୍କ ଜଣେ ବନ୍ଧୁ ଘରକୁ ଆସିଥିଲେ। ମୋ ସ୍ୱାମୀ ପଠାଇଥିବା ବ୍ୟକ୍ତି ଜଣଙ୍କ କହିଥିଲେ। ଏହାସହ ତାଙ୍କ କଥାରେ ରାଜି ହେବାକୁ କହିଥିଲେ। ବ୍ୟକ୍ତି ଜଣଙ୍କ କହିଥିଲେ ମୋ ନିର୍ବାଚନ ପ୍ରଚାରରେ ସେ ପ୍ରଚୁର ଟଙ୍କା କରିଥିଲେ କିନ୍ତୁ ମୁଁ ପରାଜିତ ହୋଇଗଲି । ମୋତେ ବିକ୍ରି କରି ଏହି ଟଙ୍କାର ଆଦାୟ କରିବେ ବୋଲି କହିଥିଲେ । ଏନେଇ ସ୍ୱାମୀଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲି । କିନ୍ତୁ ସେମାନେ ମଧ୍ୟ ଦୁର୍ବ୍ୟବହାର କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ପୋଲିସ ମହିଳାଙ୍କ ସ୍ୱାମୀ, ତାଙ୍କ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ନାଁରେ ଆଇପିସିର ସଙ୍ଗୀନ ଧାରାରେ ମାମଲା ରୁଜୁ କରିଛି । ଘଟଣା ଉପରେ ସ୍ଥାନୀୟ ପୋଲିସ ଅଧିକରୀ କହିଛନ୍ତି, ପୀଡିତ ମହିଳା ଜଣଙ୍କ ନିଜ ସ୍ୱାମୀ ଏବଂ ଅନ୍ୟ ତିନି ଜଣଙ୍କ ନାଁରେ ଅଭିଯୋଗ କରିଛନ୍ତି। ମାମଲାର ତଦନ୍ତ ଜାରି ରହିଛି, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ପୀଡିତ ମହିଳାଙ୍କ ସ୍ୱାମୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

   Related Posts