scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; କମିବ ଭଡ଼ା, ସମସ୍ତ ଏସି ଚେୟାର ଥିବା ଟ୍ରେନ୍‌ ଯାତ୍ରା ହେବ ଶସ୍ତା

8/07/2023 at 6:06 PM

Vandey Bharat Express

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। କମିବ ରେଳଭଡ଼ା। ବନ୍ଦେ ଭାରତ ଟ୍ରେନ୍ ଏବଂ ଏସି ଚେୟାର କାର ଟ୍ରେନର ଭଡା ହ୍ରାସ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ରେଳରେ ଅଧିକ ଯାତ୍ରୀ ଓ ଆରାମଦାୟକ ଯାତ୍ରାକୁ ଦୃଷ୍ଟିରେ ରଖି ଏସି ଥିବା ରେଳଗାଡ଼ି ଗୁଡ଼ିକରେ ଭଡା କମ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଭଡ଼ା କମାଇବା ପାଇଁ ଜୋନାଲ ରେଳବାଇକୁ ଅଧିକାର ଦିଆଯିବ ବୋଲି ସୂଚନା ମିଳିଛି।

କେତେ କମିବ ଭଡ଼ା ?

ରେଳ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ପରେ ବନ୍ଦେ ଭାରତ ସମେତ ସମସ୍ତ ଟ୍ରେନର ଏସି ଚେୟାର କାର, ଏଗ୍‌ଜିକ୍ୟୁଟିଭ୍ ଶ୍ରେଣୀର ଭଡ଼ା ୨୫ ପ୍ରତିଶତ ହ୍ରାସ ପାଇବ। ଏହି ଦର ହ୍ରାସ ଅନୁଭୂତି ଓ ବିଷ୍ଟାଡୋମ୍(ଭାରତର ପର୍ଯ୍ୟଟନକୁ ନିକଟରୁ ଅବଲୋକନ କରିବାକୁ ସ୍ୱତନ୍ତ୍ର ଡିଜାଇନ୍ ହୋଇଥିବା ଟ୍ରେନ୍) କୋଚ୍‌ ସମେତ ଏସି ଥିବା ସମସ୍ତ ଟ୍ରେନ୍‌ରେ ଲାଗୁ ହେବ।

ଟ୍ରେନ୍‌ ଭଡ଼ାରେ ୨୫ ପ୍ରତିଶତ ହ୍ରାସ ହେଲେ ବି ରିଜର୍ଭେସନ ଚାର୍ଜ, ସୁପର ଫାଷ୍ଟ ସରଚାର୍ଜ, ଜିଏସ୍‌ଟି ଇତ୍ୟାଦି ଅନ୍ୟାନ୍ୟ ଚାର୍ଜ ଅଲଗା ପୃଥକ ଭାବରେ ଆଦାୟ କରାଯିବ। କ୍ୟାଟେଗୋରୀ ଅନୁଯାୟୀ ରିହାତି ପ୍ରଦାନ କରାଯିବ। ଗତ ୩୦ ଦିନ ମଧ୍ୟରେ ୫୦ ପ୍ରତିଶତ ଯାତ୍ରୀ ଯାଉଥିବା ଟ୍ରେନ୍ ଗୁଡିକୁ ଗୁରୁତ୍ୱ ଦିଆଯିବ। ଏହାପରେ ଶିଟ୍‌ ପୂରଣ ଅନୁସାରେ ଟ୍ରେନ୍‌ଗୁଡିକରେ ଭଡ଼ା ରିହାତି ଦିଆଯିବ।

ପଢ଼ନ୍ତୁ-ସ୍ପାଇସଜେଟକୁ ବଡ଼ ଝଟକା: ସୁପ୍ରିମକୋର୍ଟଙ୍କ ଆଦେଶ, ଦେବାକୁ ହେବ ୩୮୦ କୋଟି

କେବେ ଠାରୁ କମିବ ଭଡ଼ା ଓ କେମିତି ?

ଭଡ଼ା ଉପରେ ରିହାତି ଦେବା ବେଳେ ଯାତ୍ରାର ଦୂରତା ଏବଂ ଭଡାକୁ ଗୁରୁତ୍ୱ ବିଚାର କରାଯିବ। ଯାତ୍ରୀଙ୍କୁ ଭଡ଼ା ରିହାତି ଯାତ୍ରାର ପ୍ରଥମ ପର୍ଯ୍ୟାୟ, ମଧ୍ୟ ଭାଗ ଓ କିମ୍ବା ଶେଷରେ ରିହାତି ମିଳିପାରେ।

କିନ୍ତୁ ଉକ୍ତ ସମୟ କିମ୍ବା ପର୍ଯ୍ୟାୟରେ ସମୁଦାୟ ଶିଟ୍ ଦଖଲ ୫୦ ପ୍ରତିଶତରୁ କମ୍ ରହିଲେ ରିହାତି ମିଳିବ ବୋଲି ସର୍ତ୍ତ ରହିଛି। ରିହାତି ତତ୍‌କାଳ ପ୍ରଭାବରେ ଲାଗୁ ହେବାକୁ ଥିବା ବେଳେ ପୂର୍ବରୁ ବୁକିଂ କରିଥିବା ଯାତ୍ରୀମାନଙ୍କୁ ଭଡା ଫେରସ୍ତ କରାଯିବ ନାହିଁ। ନିର୍ଦ୍ଦିଷ୍ଟ ଅବଧି ପର୍ଯ୍ୟନ୍ତ ଜୋନାଲ୍ ଅଧିକାରୀ ଭଡ଼ାରେ ରିହାତି ନିଷ୍ପତ୍ତି ନେବେ। ଯାତ୍ରା ତାରିଖରୁ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ଏହି ରିହାତ ମିଳିବ। ତେବେ ଭଡ଼ା ରିହାତି ଚାହିଦା ଉପରେ ନିର୍ଭରେ କରେ। ଶିଟ୍ ପୂରଣକୁ ଆଧାର କରି ଭଡ଼ା ହ୍ରାସରେ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଥାଉକି ଦେଶରେ ଚାଲୁଥିବା ଅଧିକାଂଶ ବନ୍ଦେ ଭାରତ ଟ୍ରେନ୍‌ ୧୦୦ ପ୍ରତିଶତ ଶିଟ୍‌ ପୂରଣରେ ଚାଲୁଥିବା ବେଳେ କିଛି ସ୍ୱଳ୍ପ ଦୂରଗାମୀ ବନ୍ଦେ ଭାରତ ଟ୍ରେନ୍ ମାତ୍ର ୩୦ ପ୍ରତିଶତ ସିଟ୍‌ ପୂରଣରେ ଚାଲୁଛି। ତେଣୁ ଟ୍ରେନ୍‌ଗୁଡ଼ିକରେ ଶତ ପ୍ରତିଶତ ଶିଟ୍ ପୂରଣ ପାଇଁ ବିଭାଗ ଭଡ଼ା କମାଇବାକୁ ଯୋଜନା କରିଥିବା ସୂଚନା ମିଳିଛି।   

   Related Posts