ପଣିକିଆ କହିପାରିଲେନି ବୋଲି ଛାତ୍ରଙ୍କ ହାତରେ ଡ୍ରିଲ୍ ମେସିନ୍ ଲଗାଇଦେଲେ ନୀରିକ୍ଷକ…
26/11/2022 at 5:22 PM

ଲକ୍ଷ୍ନୌ, ୨୬/୧୧: ସ୍କୁଲରେ ସୀମା ଟପିଲା ଅତ୍ୟାଚାର। ଛାତ୍ରଙ୍କ ହାତ ପାପୁଲିରେ ଡ୍ରିଲିଂ ମେସିନ୍ ଲଗାଇଦେଲେ ସ୍କୁଲ ନୀରିକ୍ଷକ। ତାହାବି ପୁଣି ଜଣେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଙ୍କୁ। ଉତ୍ତର ପ୍ରଦେଶରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ। ଯେଉଁଠାରେ ଜଣେ ସ୍କୁଲ ନୀରିକ୍ଷକ ଜଣେ ଛାତ୍ରଙ୍କ ହାତ ପାପୁଲିରେ ଡ୍ରିଲ ମେସିନ୍ ଲଗାଇଦେଇଥିଲେ।
ସୂଚନା ଅନୁଯାୟୀ, ପିଲାଟି ୨କ ପଣିକିଆ କହିବାରେ ଅସମର୍ଥ ହେବାରୁ ସେ ଏଭଳି କରିଥିଲେ। ଏଥିରେ ଛାତ୍ର ଜଣକର ବାମ ହାତର ପାପୁଲି କ୍ଷତାକ୍ତ ହୋଇଥିଲେ ବି ଗୁରୁତର ହେବାରୁ ବର୍ତ୍ତିଯାଇଛନ୍ତି। ପାଖରେ ଥିବା ଅନ୍ୟ ଜଣେ ଛାତ୍ର ତାଙ୍କୁ ବଞ୍ଚାଇଦେଇଥିଲେ। ଏଭଳି ଏକ ଦୁର୍ଭାଗ୍ୟଜନିତ ଘଟଣା ଘଟିଛି କାନପୁର ପ୍ରେମ ନଗର ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ। ତେବେ ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।
Related Posts
ରାଉରକେଲାରେ ଡବଲ ମର୍ଡର, ପଥରରେ ଛେଚି ନିର୍ମମ ହତ୍ୟା
4 February 2023