୨ ଭାଇଙ୍କ ପରିଶ୍ରମରେ ଛୋଟ ଫ୍ୟାକ୍ଟ୍ରିରୁ ଆରମ୍ଭ, ଏବେ ୧୨ହଜାର କୋଟିର ବ୍ରାଣ୍ଡ୍
19/08/2023 at 3:47 PM

ନୂଆଦିଲ୍ଲୀ ୧୯।୦୮: ଭାରତରେ ଏମିତି କ୍ବଚିତ୍ କେହି ଥିବେ ଯିଏକି ଘଡି ଡିଟରଜେଣ୍ଟ ପାଉଡରକୁ ଜାଣିନଥିବେ । ଘଡି ଡିଟରଜେଣ୍ଟର ନାଁ ନେବା ମାତ୍ରେ ପ୍ରଥମେ ମାଇଣ୍ଡକୁ ଆସେ ଏକ ଟ୍ୟାଗଲାଇନ୍ । ‘ପେହଲେ ଇସ୍ତେମାଲ୍ କରୋ, ଫିର୍ ବିଶ୍ବାସ କରୋ’ । ଏହି ଟ୍ୟାଗଲାଇନ୍ ଭାରତର ଛୋଟଠାରୁ ବଡ ସମସ୍ତଙ୍କ ମନରେ ଘର କରିଯାଇଛି । କିନ୍ତୁ ଏକ ଛୋଟ ଫ୍ୟାକ୍ଟ୍ରିରୁ ବଡ ବ୍ରାଣ୍ଡର ରାସ୍ତା କେମିତି ଅତିକ୍ରମ କଲା ଲୋକପ୍ରିୟ ଡିଟରଜେଣ୍ଟ କମ୍ପାନୀ ଘଡି ।

ଏହି ବ୍ରାଣ୍ଡ ପଛରେ ରହିଥିଲା ୨ ଭାଇଙ୍କ ହାତ । ୧୯୮୭ରେ କାନପୁରରେ ୨ ଭାଇ ମୁରଲିଧର ଜ୍ଞାନଚନ୍ଦାନୀ ଏବଂ ତାଙ୍କ ସାନ ଭାଇ ବିମଲ ଜ୍ଞାନଚନ୍ଦାନୀ ଆରମ୍ଭ କରିଥିଲେ ଘଡି ଡିଟରଜେଣ୍ଟ ପାଉଡର । ଉଭୟ ଭାଇ ପ୍ରଥମେ ଫଜଲଗଞ୍ଜ ଫାୟାର୍ ଷ୍ଟେସନ୍ ପାଖରେ ଏକ ଛୋଟ ଡିଟରଜେଣ୍ଟ ପାଉଡର କାରଖାନା ଖୋଲିଥିଲେ । ସେତେବେଳେ ସେ କାରଖାନାକୁ ମହାଦେବ ସୋପ୍ସ ପ୍ରାଇଭେଟ ଲିମିଟେଡ୍ ନାଁ ଦେଇଥିଲେ । ଆଉ କିଛି ଦିନପରେ ଏହି କାରଖାନା ଛୋଟ ଯୋଗୁଁ ଅଧିକ ଦିନ ଟିକିନଥିଲା, ଆଉ ଭାଙ୍ଗିଯାଇଥିଲା । କିନ୍ତୁ ହାରମାନିନଥିଲେ ୨ଭାଇ । ଆଉ ଏହାପରେ ଉଭୟ ମିଶି ମହାଦେବ ସୋପ୍ସ ପ୍ରାଇଭେଟ୍ ଲିମିଟେଡ୍ ଅଧୀନରେ ଘଡି ଡିଟରଜେଣ୍ଟ୍ ପାଉଡର୍ ଲଞ୍ଚ କରିଥିଲେ ।

ସେତେବେଳେ ବଜାରରେ ରାଜ୍ କରୁଥିଲା ନିର୍ମା ଡିଟରଜେଣ୍ଟ । ଏହା ଶସ୍ତା ତଥା ବଡ ବ୍ରାଣ୍ଡ ଭାବେ ବଜାରରେ ଆଧିପତ୍ୟ ବିସ୍ତାର କରିଥିଲା । ଏପରି ସ୍ଥିତିରେ ନିର୍ମା ଡିଟରଜେଣ୍ଟ ଠାରୁ ଘଡି ଟପିବା ବହୁତ କାଠିକର ପାଠ ଥିଲା । ଆଉ ନିର୍ମାକୁ ମାତ୍ ଦେବାକୁ ୨ଭାଇ ଏକ ସୁନ୍ଦର ଟ୍ୟାଗଲାଇନ୍ ଦେଇଥିଲେ । କିନ୍ତୁ ଏହି ଦୁଇ ଭାଇ ଏକ ସୁନ୍ଦର ଟ୍ୟାଗଲାଇନ୍ ଦେଇଥିଲେ ‘ପେହଲେ ଇସ୍ତେମାଲ୍ କରୋ, ଫିର୍ ବିଶ୍ବାସ କରୋ’ । ଆଉ ଏହି କାରଣରୁ ହିଁ ଘଡି ଡିଟରଜେଣ୍ଟ ବଜାରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲା । ସେ ସମୟରେ ଯେତେବି ଡିଟରଜେଣ୍ଟ ପାଉଡର ଆସୁଥିଲା ହଳଦିଆ ଏବଂ ନୀଳ ରଙ୍ଗର ।

କିନ୍ତୁ ଏହି ୨ ଭାଇ ତାଙ୍କ ବ୍ରାଣ୍ଡ ଘଡି ଡିଟରଜେଣ୍ଟର ରଙ୍ଗ ଧଳା ରଙ୍ଗର କରିଥିଲେ । ଆଉ ଘଡିର କ୍ବାଲିଟି ବହୁତ ଭଲ ଏବଂ ଦାମ୍ କମ୍ ଥିଲା । ଯାହା ପୁରା ଉତ୍ତରପ୍ରଦେଶରେ ଘଡିକୁ ଏକ ଭିନ୍ନ ବ୍ରାଣ୍ଡରେ ପରିଣତ କରିବାରେ ବେଶ୍ ସହାୟକ ହୋଇଥିଲା । ଧିରେ ଧିରେ ଏହି ଡିଟରଜେଣ୍ଟ ପାଉଡର ନିଜ କ୍ବାଲିଟି ଏବଂ ଟ୍ୟାଗଲାଇନ ପାଇଁ ସାରା ଭାରତରେ ରାଜ୍ କଲା । ଏବେବି ବଜାରରେ ନିଜର କ୍ରେଜ୍ ବଜାୟ ରଖିଛି ଘଡି ।

କାନପୁରର ଏହି ୨ଭାଇ ମୁରଲିଧର ଏବଂ ବିମଲ ଜ୍ଞାନଚନ୍ଦାନୀ ଏକ ଛୋଟ ଫ୍ୟାକ୍ଟ୍ରିରୁ ଆରମ୍ଭ କରି ଆଜି ୧୨ ହଜାର କୋଟିରୁ ଅଧିକ ସମ୍ପତ୍ତିର ମାଲିକ । ବର୍ତ୍ତମାନ ସମୟରେ ଘଡି ପୁରା ଭାରତରେ ଘରେ ଘରେ ରାଜ୍ କରୁଛି । ଏହି ଡିଟରଜେଣ୍ଟକୁ ଲୋକମାନେ ଏଥିପାଇଁ ଅଧିକ ପସନ୍ଦ କରନ୍ତି କି ଏହା ଦାମ୍ କମ୍ରେ ଭଲ କ୍ବାଲିଟି ଦେଇଥାଏ । ଏହି କମ୍ପାନୀ ୨୦୦୫ରେ ନିଜ ବ୍ରାଣ୍ଡର ନାଁ ବଦଳାଇ RSPL କରିଥିଲା । ଆଜି ଏହି ଡିଟରଜେଣ୍ଟର ନାଁ ବିଶ୍ବର ବଡ ବଡ ବ୍ରାଣ୍ଡରେ ସାମିଲ ହୋଇଛି ।
You Can Read: