ଜବତ ହେଲା କୋଟି କୋଟି ଟଙ୍କାର ସୁନା, କେହି ନାହାନ୍ତି ଦାବିଦାର

Published By : Prameya-News7 Bureau | June 12, 2021 IST

ନୋଏଡା, ୧୨/୦୬ : ଉତ୍ତରପ୍ରଦେଶର ନୋଏଡ଼ାରେ ପୋଲିସ ଏକ ଦଶ ମାସ ପୁରୁଣା ଚୋରିର ଖୁଲାସା କରିଛି l ସହର ପାଖରେ ଥିବା ଏକ ସୋସାଇଟିରୁ ଚୋରମାନେ ହଜାର ବା ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କାର ସୁନା ଏବଂ ବିଭିନ୍ନ ଦସ୍ତାବିଜ ଚୋରି କରିନେଇଥିଲେ l କୁହାଯାଉଛି ଯେ ଚୋର ମାନେ ଯେଉଁ ଧନ ସବୁ ଚୋରାଇ ଥିଲେ ସେଗୁଡିକ ସବୁ କଳାଧନ l ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏତେ ଟଙ୍କାର ସୁନା ଚୋରି ହେଲା ପରେ ବି ଥାନାରେ କେହି ମାମଲା ଦାଏର କରିନଥିଲେ l

ବର୍ତ୍ତମାନ ନୋଏଡ଼ା ପୋଲିସ ବହୁତ କଷ୍ଟରେ ଯେତେବେଳେ ଏହି କୋଟି କୋଟି ଟଙ୍କାର ଚୋରି ମାଲକୁ ଧରିଛି ସେତେବେଳେ ମଧ୍ୟ ଏହାକୁ ଦାବି କରିବାକୁ କେହି ଆସୁନାହାନ୍ତି l ପୋଲିସ ଏହି ମାମଲାର ସୂଚନା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଆୟାକର ବିଭାଗକୁ ଦେଇଛି l

ଏହି ମାମଲା ସେପ୍ଟେମ୍ବର 2020ରେ ହୋଇଥିଲା l ଏହା ଗ୍ରେଟର ନୋଇଡ଼ାର ସୁରଜପୁରର ସିଲଭର ସିଟି ସୋସାଇଟି, ଡେଲଟା ୧ ଫ୍ଲାଟରୁ ଦଶ ଜଣ ଚୋର ମିଶି ଯୋଜନା କରି ଚୋରି କରିଥିଲେ l ଏହା ସେହି ଅଞ୍ଚଳର ଏକ ବଡ଼ ଚୋରି l କାରଣ ଏଥିରେ ଚୋରମାନେ କୋଟି କୋଟି ଟଙ୍କାର ସୁନା, ସୁନା ବିସ୍କୁଟ, ୨ ପ୍ରପାର୍ଟିର ଦସ୍ତାବିଜ ଚୋରି କରି ନେଇଥିଲେ l କେହି ଏଫଆଇଆର ଦାଏର ନକରିଥିବା କାରଣରୁ ପୋଲିସ ମଧ୍ୟ କୌଣସି କେସ ରୁଜୁ କରିନଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.