vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ୟୁପି ପୋଲିସର ‘ରିଭଲବର୍ ରାନୀ’ଙ୍କ ଇସ୍ତଫା ମଞ୍ଜୁର: ଇନଷ୍ଟାଗ୍ରାମରେ ରିଲ୍ କରି ହୋଇଥିଲେ ଟ୍ରୋଲ୍

13/09/2021 at 7:27 PM

ଆଗ୍ରା ୧୩/୦୯ : ଆଗ୍ରାର ମହିଳା କନେଷ୍ଟବଳ ପ୍ରିୟଙ୍କା ମିଶ୍ରଙ୍କ ଇସ୍ତଫା ମଞ୍ଜୁର ହୋଇଯାଇଛି। ପ୍ରିୟଙ୍କା ଖାକୀ ୟୁନିଫର୍ମ ପିନ୍ଧି ପିସ୍ତଲ ଧରି ଇନଷ୍ଟାଗ୍ରାମରେ ରିଲ କରିଥିଲେ। ଏହାପରେ ତାଙ୍କୁ ଲାଇନ ଆଟେଚ କରାଯାଇଥିଲା। ଏହାପରେ ସୋସିଆଲ ମିଡ଼ିଆରେ ପ୍ରିୟଙ୍କାଙ୍କୁ ଟ୍ରୋଲ କରାଯାଇଥିଲା। ସେ ଚିନ୍ତିତ ହୋଇ ଇସ୍ତଫା ଦେଇଦେଇଥିଲେ। ବର୍ତ୍ତମାନ ତାଙ୍କ ଇସ୍ତଫା ମଞ୍ଜୁର କରାଯାଇଛି।

ପ୍ରିୟଙ୍କାଙ୍କ ଏହି ଭିଡିଓ ବହୁତ ଭାଇରାଲ ହୋଇଥିଲା। ଭିଡିଓରେ ତାଙ୍କ ଅନ୍ଦାଜ ଜଣେ ଗ୍ୟାଙ୍ଗଷ୍ଟାର ଭଳି ନଜର ଆସିଥିଲା। ଯେଉଁ ଅଡିଓରେ ସେ ରିଲ କରିଥିଲେ ସେଥିରେ କୁହାଯାଇଥିଲା, “ନା ଗୁଣ୍ଡଇ ପର ଗାନା ବନତା ହେ, ନା ଗାଡି ପର ଜାଟ୍ ଗୁର୍ଜର୍ ଲିଖତେ ହେଁ, ହମାରେ ୟହାଁନ ପାଞ୍ଚ ପାଞ୍ଚ ସାଲ୍ କେ ଲୋଣ୍ଡେ କଟ୍ଟା ଚଲାତେ ହେଁ “

ଭିଡିଓ ସମ୍ବନ୍ଧରେ ଅଗଷ୍ଟ ୨୪ ତାରିଖରେ ଆଗ୍ରାର ବରିଷ୍ଠ ପୋଲିସ ଅଧିକ୍ଷକଙ୍କ ନିକଟରେ ପହଞ୍ଚିଥିଲା। ସେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରିୟଙ୍କା ମିଶ୍ରଙ୍କୁ ଲାଇନ ହାଜିର କରିଦେଇଥିଲେ। ପ୍ରିୟଙ୍କା ମଦନ ମୋହନ ଗେଟ ଥାନାରେ ନିୟୋଜିତ ଥିଲେ। ତାଙ୍କ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ ମଧ୍ୟ ହୋଇଥିଲା।

ଏହି କାର୍ଯ୍ୟାନୁଷ୍ଠାନ ପରେ ପ୍ରିୟଙ୍କାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ୍ କରାଯାଇଥିଲା। ଲୋକେ ତାଙ୍କୁ ପୋଲିସ ଚାକିରୀରୁ ହଟାଇବାକୁ କହିଥିଲେ। ଏଥିରେ ଚିନ୍ତିତ ହୋଇ ସେ ଆଉ ଏକ ଭିଡିଓ ଜାରି କରିଥିଲେ ଯେଉଁଥିରେ ସେ ଆଗ୍ରା ଏସଏସପିଙ୍କୁ ନିଜ ଇସ୍ତଫା ଦେବା କଥା କହିଥିଲେ। ଏହାସହ ସେ ଟ୍ରୋଲର୍ସଙ୍କୁ ଗୁହାରି କରିଥିଲେ ଯେ ଏହିଭଳି କଥାବାର୍ତ୍ତା ନ କରନ୍ତୁ।

   Related Posts