ହଲ୍‌ତଓ୍ବାନୀ ହିଂସା; ୬ମୃତ, ଶତାଧିକ ଆହତ, କର୍ଫ୍ୟୁ ଜାରି ଏବଂ ଇଣ୍ଟରନେଟ୍ ବନ୍ଦ

Published By : Prameya-News7 Bureau | February 09, 2024 IST

ଡେରାଡୁନ୍: ଉତ୍ତରାଖଣ୍ଡ ହଲ୍‌ତଓ୍ବାନୀ ହିଂସା ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଶହରୁ ଅଧିକ ଆହତ ହୋଇଛନ୍ତି । ହିଂସା ନିୟନ୍ତ୍ରଣ କରିବାକୁ ପୋଲିସ୍ ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଜାରି କରିବା ସହିତ ଇଣ୍ଟରନେଟ୍ ବନ୍ଦ କରିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶାନ୍ତି ବଜାଇ ରଖିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।  ଏହା ସହିତ ଏକ ଉଚ୍ଚସ୍ତରୀୟ ଡାକି ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଗୁଇନ୍ଦା ବିଭାଗ ସହିତ ପରିସ୍ଥିତିର ସାମୀକ୍ଷା କରିଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ଗୁରୁବାର ଅବୈଧ କବଜା ହଟାଇବା ପାଇଁ ପୋଲିସ୍ ହଲ୍‌ତଓ୍ବାନୀ ବନଭୁଲପୁରରେ ପହଞ୍ଚିଥିଲା । ମଦ୍ରାସା ଭାଙ୍ଗିବା ବେଳେ ଉତ୍ତ୍ୟେକ୍ତ ଲୋକେ ପ୍ରଶାସନ ଓ ପୋଲିସ ଟିମ୍ ଉପରକୁ ଆକ୍ରମଣ କରିଥିଲେ । ଠେଲା ପଥର ମାରିବା ସହିତ ବହୁ ଗାଡ଼ି ଭଙ୍ଗାରୁଜା କରିଥିଲେ । ଏହି ହିଂସାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଶତାଧିକ ପୋଲିସକର୍ମୀଙ୍କ ସହିତ ୩ଶହରୁ ଅଧିକ ଆହତ ହୋଇଛନ୍ତି । ଉପଦ୍ରବକାରୀ ଥାନାକୁ ଜାଳିଦେଇଛନ୍ତି । ପୋଲିସ ଜିପ୍, ଧର୍ମସ୍ଥଳି ଭାଙ୍ଗିବାକୁ ଆସିଥିବା ଜେସିବି ଓ ଦମକଳଗାଡ଼ିକୁ ନିଆଁ ଲଗାଇ ଦେଇଛନ୍ତି । ପୋଲିସ ଭଡ଼ି ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ୍ କରିବା ସହିତ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଉପଦ୍ରବକାରୀଙ୍କୁ ଦେଖିଲା ମାତ୍ରେ ଗୁଳିମାରି ଦେବାକୁ ପ୍ରଶାସନ ଆଦେଶ ଦେଇଥିଲେ । ଏହି ହିଂସାତ୍ମକ ଘଟଣାରେ ବାପା-ପୁଅ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି ।

wp:embed {"url":"https://www.prameyanews7.com/mumbai-police-probe-how-ed-documents-ended-up-at-residence-of-accused-person/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mumbai-police-probe-how-ed-documents-ended-up-at-residence-of-accused-person/
/wp:embed

ନୈନିତାଲ ଜିଲ୍ଲାପାଳ ବନ୍ଦନା ସିଂହ ସ୍ପଷ୍ଟ କରିଛନ୍ତି ଯେ, ହଲ୍‌ତଓ୍ବାନୀ ହିଂସା ପଛରେ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ରହିଛି । ଡିଏମ୍‌ଙ୍କ ଅନୁଯାୟୀ, ବେଆଇନ ଭାବେ ନିର୍ମାଣ ହୋଇଥିବା ମସଜିଦ୍ ଓ ମଦ୍ରାସା ଭାଙ୍ଗିବା ପାଇଁ ପୂର୍ବରୁ କୋର୍ଟ ନୋଟିସ୍ ଦିଆଯାଇଥିଲା । ସେତେବେଳେ ସେଠାରେ ଏତେ ସଂଖ୍ୟାରେ ପଥର ନଥିଲା । କିନ୍ତୁ ପ୍ରଶସାନ ଧର୍ମିକସ୍ଥଳକୁ ଭାଙ୍ଗିବା ସମୟରେ ଅଚାନକ ଏତେ ପଥର କେଉଁଠୁ ଆସିଥିଲା । ମସଜିଦ୍ ଓ ମଦ୍ରାସା ଭାଙ୍ଗିବାର ଅଧା ଘଣ୍ଟା ପରେ ଲୋକଙ୍କ ଛାତ ଉପରୁ ନଗର ନିଗମ ଅଧିକାରୀ ଓ ପୋଲିସ ଉପରକୁ ପଥରେ ଆକ୍ରମଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.