ଯୋଗୀଙ୍କ ମନ୍ତ୍ରୀଙ୍କୁ ଜେଲ୍: ରାକେଶ ସଚାନଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡ ସହ ଫାଇନ୍‌ ଲଗାଇଲେ କୋର୍ଟ

Published By : Prameya-News7 Bureau | August 08, 2022 IST

ଲକ୍ଷ୍ନୌ: ଯୋଗୀଙ୍କ ମନ୍ତ୍ରୀଙ୍କୁ ଏକ ବର୍ଷ ଜେଲ୍‌। ଉତ୍ତର ପ୍ରଦେଶ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ରାକେଶ ସଚାନଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡ ଶୁଣାଇଛନ୍ତି କାନପୁର କୋର୍ଟ। ୧୯୯୧ ଆର୍ମ ଆକ୍ଟ ମାମଲାରେ ତାଙ୍କୁ ଜେଲ୍ ଦଣ୍ଡ ଦେବା ସହ ୧୫୦୦ ଟଙ୍କା ଫାଇନ୍ କରିଛନ୍ତି କୋର୍ଟ।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସଚାନ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ହେଲେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଅଗଷ୍ଟ ୬ ତାରିଖରେ ସେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଶନିବାର ଦିନ ଦୋଷୀ ସାବ୍ୟସ୍ତ ହେବା ପରେ ଦଣ୍ଡ ବିଧାନ ପୂର୍ବରୁ ମନ୍ତ୍ରୀ କୋର୍ଟ ପରିସରରୁ ପଳାଇଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ପରେ ଅଭିଯୋଗକୁ ଖଣ୍ଡନ କରି ଏହା ଗୁଜବ ବୋଲି କହିଥିଲେ ମନ୍ତ୍ରୀ।

ସୂଚନା ଥାଉକି, ସଚାନ ୯୦ ଦଶକରେ ସମାଜବାଦୀ ପାର୍ଟିରେ ଯୋଗ ଦେଇ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୩ ଓ ୨୦୦୦ ମସିହାରେ ସେ ୟୁପି ଘାଟମପୁରର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୨୦୦୯ରେ ସେ ଫତେହପୁର ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.