previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଉତ୍ତରପ୍ରଦେଶର ପଞ୍ଚାୟତି ରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ କରୋନାରେ ସଂକ୍ରମିତ : ଟ୍ବିଟ୍ କରି ଦେଲେ ସୂଚନା

26/08/2020 at 11:44 AM

ଲକ୍ଷ୍ନୌ ୨୬/୮: ଉତ୍ତରପ୍ରଦେଶରେ କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଛି। ଉତ୍ତର ପ୍ରଦେଶ ସରକାରର କ୍ୟାବିନେଟରେ ମଧ୍ୟ ଏହାର ବ୍ୟାପକ ପ୍ରଭାବ ଦେଖାଯାଉଛି। ବୁଧବାର ଉତ୍ତର ପ୍ରଦେଶର ପଞ୍ଚାୟତି ରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଟ୍ବିଟ୍ କରି ଏବିଷୟର ସୂଚନା ଦେଇଛନ୍ତି।

ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ ଲେଖିଛନ୍ତି,‘ କରୋନାର ପ୍ରାଥମିକ ଲକ୍ଷଣ ଦେଖାଯିବାରୁ ସେ ନିଜର କୋଭିଡ-୧୯ ଟେଷ୍ଟ କରାଇଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅନୁରୋଧ ରହିଛି ଯେ ଯେଉଁମାନେ ଗତ କିଛି ଦିନରୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଦୟା କରି ସେମାନେ ନିଜକୁ ଆଇସୋଲେଟ୍ କରି ନିଜ ଟେଷ୍ଟ କରାନ୍ତୁ।’

ଏହା ପୂର୍ବରୁ ମଧ୍ୟ ଯୋଗୀ ସରକାରଙ୍କ ଅନେକ ମନ୍ତ୍ରୀ କରୋନା ଭାଇରସରେ ସଂକ୍ରମିତ ହୋଇ ସାରିଛନ୍ତି। କିଛି ଦିନ ତଳେ ଉଦୟଭାନ ସିଂହ,ଅତୁଲ ଗର୍ଗଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

   Related Posts