ୱାର୍ଲଡ କପ୍ ଫାଇନାଲ୍ ବେଳେ ବନ୍ଦ କରିଦେଲା ଟିଭି, ମୋବାଇଲ ଚାର୍ଜରରେ ଗଳା ଚିପି ପୁଅକୁ ହତ୍ୟା କଲା ବାପା

Published By : Prameya-News7 Bureau | November 22, 2023 IST

ନୂଆଦିଲ୍ଲୀ: ଛଅ ସପ୍ତାହରୁ ଅଧିକ ସମୟ ସାରା ଦେଶକୁ ରୋମାଞ୍ଚିତ କରିଥିବା ଆଇସିସି କ୍ରିକେଟ୍ ୱାର୍ଲଡ କପ ୨୦୨୩ର ଫାଇନାଲ୍ ରବିବାର ଖେଳା ଯାଇଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅପରାଜିତ ଥିବା ଟିମ୍ ଇଣ୍ଡିଆ ଫାଇନାଲର ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା । ଏହାସହ ତୃତୀୟ ଥର ୱାର୍ଲଡ କପ ଜିତିବା ସ୍ୱପ୍ନ ଭାଙ୍ଗି ଯାଇଥିଲା । ତେବେ ଫାଇନାଲ୍ ମ୍ୟାଚ୍‌ର ରୋମାଞ୍ଚ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏତେ ଅଧିକ ଥିଲା ଯେ କାନପୁରର ଜଣେ ବ୍ୟକ୍ତି ନିଜ ପୁଅକୁ ଟିଭି ବନ୍ଦ କରିଦେବା ଯୋଗୁ ହତ୍ୟା କରିଛି ।

ପୋଲିସ ସୂଚନା ମୁତାବକ, ହତ୍ୟା ଅଭିଯୁକ୍ତ ବାପା ଗଣେଶ ପ୍ରସାଦ କାନପୁର ସ୍ଥିତ ନିଜ ଘରେ ମ୍ୟାଚ୍ ଦେଖୁଥିଲା । ଏହି ସମୟରେ ପୁଅ ଦୀପକ ଆସି ତାଙ୍କୁ ରୋଷେଇ କରିବା ପାଇଁ ଆଗ୍ରହ କରିଥିଲେ । କିନ୍ତୁ ପୁଅର କଥା ଶୁଣି ନଥିଲେ ଗଣେଶ । ଏହାପରେ ଦୀପକ ଟିଭି ସ୍ୱିଚ୍ ଅଫ୍ କରିଥିଲେ । ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ପଢନ୍ତୁ: ଷ୍ଟପ୍ କ୍ଲକ୍: ଦିନିକିଆ ଓ ଟି-୨୦ରେ ବିଳମ୍ୱରେ ବୋଲିଂ କରିବା ପଡ଼ିବ ମହଙ୍ଗା, ICC ଆଣିଲା ନୂଆ ନିୟମ

କିଛି ସମୟ ପାଟିତୁଣ୍ଡ ପରେ ସ୍ଥିତି ମାର୍‌ପିଟରେ ପରିଣତ ହୋଇଥିଲା । ମଦ ପିଇ ମ୍ୟାଚ୍ ଦେଖୁଥିବା ଗଣେଶ ମୋବାଇଲ୍ ଚାର୍ଜର ତାରରେ ଦୀପକର ଗଳା ଚିପି ହତ୍ୟା କରିଥିଲା । ହତ୍ୟା କରିବା ପରେ ଗଶେଣ ଘଟଣାସ୍ଥଳରୁ ଫେରାର ହୋଇଥିଲା । କାନପୁର ପୋଲିସ ସୋମବାର ହତ୍ୟା ଅଭିଯୁକ୍ତ ଗଣେଶକୁ ଗିରଫ କରିଛି । ଦୀପକର ମୃତ ଦେହ ସିଡ଼ି ଉପରେ ପଡିଥିବା ଜଣେ ସମ୍ପର୍କୀୟ ଦେଇଥିଲେ । ପୋଲିସ ପ୍ରାଥମିକ ତଦନ୍ତ ପରେ କହିଛି ଯେ କ୍ରିକେଟ ମ୍ୟାଚ୍ ଦେଖିବାକୁ ନେଇ ବିବାଦ ହୋଇଥିଲା ।

ଚକେରୀ ପୋଲିସ ଷ୍ଟେସନ ପ୍ରଭାରୀ ଏସିପି ବୃଜନାରାୟଣ ସିଂ କହିଛନ୍ତି ଯେ ହତ୍ୟାରେ ମୋବାଇଲ୍ ଚାର୍ଜର କେବଲ୍ ବ୍ୟବହାର କରାଯାଇଥିଲା । ଦୀପକଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇ ଅଧିକ ତଦନ୍ତ କରାଯାଉଛି । ପୋଲିସ କହିଛି ଯେ ବାପା-ପୁଅ ଅଧିକାଂଶ ସମୟରେ ମଦ ପିଅ ପରସ୍ପର ସହ ଝଗଡ଼ା କରୁଥିଲେ । ଦୀପକର ମାଆ ଗତ ସପ୍ତାହରେ ଘର ଛାଡ଼ି ଚାଲି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.