ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଜେନେରିକ ବଦଳରେ ବ୍ରାଣ୍ଡେଡ୍ ଔଷଧ ଲେଖିଲେ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

29/06/2022 at 6:32 PM

ଲକ୍ଷ୍ନୌ: ଡାକ୍ତରଖାନାରେ ଜେନେରିକ୍ ଔଷଧ ଲେଖିବା ବଦଳରେ ରୋଗୀଙ୍କୁ ଦାମିକିଆ ଔଷଧ ଲେଖୁଛନ୍ତି ଡାକ୍ତର। ଔଷଧରେ ବ୍ରାଣ୍ଡର ନାଁ ବି ଉଲ୍ଲେଖ ରହୁଛୁି। ଫଳରେ ରୋଗୀ ଔଷଧ କିଣି ଅଧିକ ଖର୍ଚ୍ଚାନ୍ତ ହେଉଛି। ଏଥିପାଇଁ ବାରମ୍ବାର ଅଭିଯୋଗ ହେବା ପରେ ଏବେ ଚେତିଛନ୍ତି ସରକାର। ଏଥିପାଇଁ ଡାକ୍ତରମାନଙ୍କୁ ସତର୍କ କରାଇ ଦେଇଛନ୍ତି ସରକାର। ବ୍ରାଣ୍ଡେଡ୍ ଔଷଧ ନ ଲେଖି କେବଳ ଜେନରିକ ଔଷଧ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର।

ଏନେଇ ରାଜ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡାକ୍ତରମାନେ ଔଷଧର ବ୍ରାଣ୍ଡ ନାଁ ନ ଲେଖିବାକୁ ଏଥିରେ ନିର୍ଦ୍ଦେଶ ରହିଛି। ତେବେ ବ୍ରାଣ୍ଡ ନାଁ ଲେଖିବା ବଦଳରେ ଔଷଧର ସଲ୍ଟ ଓ କେମିକଲ କମ୍ପୋଜିସନ ଲେଖିପାରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି।

ମଙ୍ଗଳବାର ଏନେଇ ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କିମ୍ବା ଅନୁଦାନ ପ୍ରାପ୍ତ ଡାକ୍ତରଖାନାରେ ଯଦି କୌଣସି ଡାକ୍ତର ଜେନରିକ ବଦଳରେ ବ୍ରାଣ୍ଡେଡ୍ ଔଷଧ ଲେଖୁଛନ୍ତି ତେବେ ମାମଲାକୁ ଗୁରୁତର ସହ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

   Related Posts