ମଥୁରା-ବୃନ୍ଦାବନ ତୀର୍ଥ କ୍ଷେତ୍ରର ପରିସୀମା ବୃଦ୍ଧି, ୧୦ କି.ମି. ପରିଧିରେ ମଦ-ମାଂସ ନିଷେଧ
10/09/2021 at 4:09 PM

ଲକ୍ଷ୍ନୌ ୧୦/୦୯: ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ। ମଥୁରା ଏବଂ ବୃନ୍ଦାବନରେ ଏବେ ମଦ-ମାଂସ ମନା। ଦୁଇ ତୀର୍ଥ କ୍ଷେତ୍ରର ୧୦ କିଲୋମିଟର ପରିଧି ମଧ୍ୟ ତୀର୍ଥ ସ୍ଥଳ ବୋଲି ଘୋଷଣା ହୋଇଛି । ଏହି ପରିଧି ମଧ୍ୟରେ ମଦ-ମାଂସ ବିକ୍ରି ଏବଂ ଭକ୍ଷଣ ମଧ୍ୟ ବନ୍ଦ। ତୀର୍ଥ ସ୍ଥଳ ଘୋଷଣା କରାଯାଇଥିବା ଅଞ୍ଚଳରେ ନଗର ନିଗମର ୨୨ ଓ୍ବାର୍ଡ ଆସୁଛି।
ଯୋଗୀ ସରକାର ଏବେ ଲଗାତାର ତୀର୍ଥ ସ୍ଥଳ ବିକାଶ କରିବାକୁ ନେଇ ପଦକ୍ଷେପ ନେଉଛନ୍ତି। ଅଯୋଧ୍ୟା, ବାରଣାସୀ, ମଥୁରାରେ ସମସ୍ତ ପ୍ରକାର ସୁବିଧା କରାଯାଉଛି। ଏହା ପୂର୍ବରୁ ଜନ୍ମାଷ୍ମମୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରା ଆସିଥିଲେ। ଏହି ଅବସରରେ ମଥୁରାର ବୃନ୍ଦାବନ, ଗୋବର୍ଦ୍ଧନ, ନନ୍ଦଗ୍ରାମ, ବରସାନା, ଗୋକୁଳ, ମହାବନ ଏବଂ ବଳଦେବରେ ଖୁବଶୀଘ୍ର ମାଂସ ଏବଂ ମଦ ବ୍ୟାନ କରାଯିବ ବୋଲି କହିଥିଲେ।
ଏହି ସବୁ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଲୋକଙ୍କୁ ଅନ୍ୟ କୌଣସି ବ୍ୟବସାୟରେ ସାମିଲ କରାଯିବ ବୋଲି ଘୋଷଣା କରିଥିଲେ ଯୋଗୀ । ମୁଖ୍ୟମନ୍ତ୍ରୀ କହିଥିଲେ, ତୀର୍ଥ ସ୍ଥାନରେ କେବଳ ଭୌତିକ ବିକାଶ ହେଲେ ହେବ ନାହିଁ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ବିକାଶ ହେବା ମଧ୍ୟ ଜରୁରୀ। କାରଣ ଏହା ଦେଶବାସୀଙ୍କ ପରିଚୟ ।