ଯୋଗୀ ସରକାରରେ ପୁଣି କରୋନା : ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅତୁଲ ଗର୍ଗ କୋଭିଡ ପଜିଟିଭ

Published By : Prameya-News7 Bureau | August 18, 2020 IST

ଲକ୍ଷ୍ନୌ ୧୮/୮: ଉତ୍ତର ପ୍ରଦେଶ ସରକାରଙ୍କ ଆଉ ଏକ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅତୁଲ ଗର୍ଗଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ତାଙ୍କୁ ଆଇସୋଲେଟ୍ କରାଯାଇଛି। ଯୋଗୀ ସରକାରଙ୍କ କେତେକ ମନ୍ତ୍ରୀ ପୂର୍ବରୁ କରୋନାରେ ସଂକ୍ରମିତ ହୋଇସାରିଛନ୍ତି,ଯେଉଁମାନଙ୍କ ମଧ୍ୟରୁ ଦୁଇ ମନ୍ତ୍ରୀ କମଲ ରାନୀ ବରୁଣ ଏବଂ ଚେତନ ଚୌହାନଙ୍କ ମୃତ୍ୟୁ ହୋଇ ଯାଇଛି।

ଏହା ପୂର୍ବରୁ ଯୋଗୀ ସରକାରଙ୍କ ମୋଟ ୮ଜଣ ମନ୍ତ୍ରୀ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି। ଏମାନଙ୍କ ମଧ୍ୟରୁ ସ୍ବାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ,ଗ୍ରାମ୍ୟ ବିକାଶ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସିଂହ ଓରଫ ମୋତି ସିଂହ,ବିଧି ଏବଂ ନ୍ୟାୟ ମନ୍ତ୍ରୀ ବ୍ରଜେଶ ପାଠକ,ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂହ,ଆୟୁଷ ରାଜ୍ୟମନ୍ତ୍ରୀ ଧରମ ସିଂହ ସୈନି,ଖେଳ ଏବଂ ଯୁବ କଲ୍ୟାଣ ରାଜ୍ୟମନ୍ତ୍ରୀ ଉପେନ୍ଦ୍ର ତିଓ୍ବାରୀ ରହିଛନ୍ତି।

କରୋନା ସଂକ୍ରମିତ କ୍ୟାବିନେଟ୍ ମନ୍ତ୍ରୀ କମଲ ରାନୀ ବରୁଣ ଏବଂ ଚେତନ ଚୌହାନଙ୍କ ପରଲୋକ ହୋଇଯାଇଛି। ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅତୁଲ ଗର୍ଗଙ୍କୁ ନେଇ ଏବେ ସୁଦ୍ଧା ଯୋଗୀ ସରକାରଙ୍କ ୯ଜଣ ମନ୍ତ୍ରୀ କରୋନା ସଂକ୍ରମିତ ହୋଇ ସାରିଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.