oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଧାର୍ମିକସ୍ଥଳରୁ ବେଆଇନ ଲାଉଡ୍ ସ୍ପିକର୍ ହଟାଇବାକୁ ନିର୍ଦ୍ଦେଶ ଜାରି କଲେ ୟୁପି ସରକାର

26/04/2022 at 12:10 PM

ଲକ୍ଷ୍ନୌ ୨୬।୪: ଉତ୍ତରପ୍ରଦେଶ ଗୃହ ବିଭାଗ କହିଛି ଯେ, ରାଜ୍ୟବ୍ୟାପୀ ଧାର୍ମିକସ୍ଥଳରୁ ବେଆଇନ ଲାଉଡ୍ ସ୍ପିକର ହଟାଇ ଦିଆଯିବ । ବିଭାଗ ଏହା ମଧ୍ୟ କହିଛି ଯେ, ଶବ୍ଦ ସୀମା ନିୟମ ଉଲ୍ଲଂଘନ କରୁଥିବା ଲାଉଡ୍ ସ୍ପିକରଗୁଡିକୁ ହଟାଇ ଦିଆଯିବ ।

ଏଭଳି ସମସ୍ତ ସ୍ଥାନର ତାଲିକା ପ୍ରସ୍ତୁତ କରି ୩୦ ଅପ୍ରେଲ ସୁଦ୍ଧା ଗୃହ ବିଭାଗକୁ ରିପୋର୍ଟ ଦେବାକୁ ସମସ୍ତ ପୋଲିସ ଷ୍ଟେସନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାର ଡିଭିଜନାଲ କମିଶନର ରିପୋର୍ଟ ପଠାଇବେ । ସମସ୍ତ ବେଆଇନ ଲାଉଡ୍ ସ୍ପିକରଗୁଡିକୁ ଧର୍ମଗୁରୁମାନଙ୍କ ସହ ଆଲୋଚନା ପରେ ହଟାଇ ଦିଆଯିବ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଧାର୍ମିକସ୍ଥଳରେ ଅନୁମତି ସହ ଲାଉଡ୍ ସ୍ପିକର ବ୍ୟବହାର କରାଯାଇ ପାରିବ । କିନ୍ତୁ ଶବ୍ଦ ପରିସର ବାହାରକୁ ନ ଆସିବା ଉଚିତ୍। ୫ ଦିନ ପରେ ଏହି ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି କହିଛନ୍ତି ଯେ, ଲାଉଡ୍ ସ୍ପିକର ପାଇଁ କୌଣସି ନୂଆ ପରମିଟ୍ ଜାରି କରାଯିବନାହିଁ ।

ଏହା ପୂର୍ବରୁ ପ୍ରୟାଗରାଜ ଆଇଜିପି ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାତି ୧୦ଟାରୁ ୬ଟା ମଧ୍ୟରେ ଲାଉଡ୍ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲେ ।

   Related Posts