Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

UPର ଝିଅ ତିଆରୁଛନ୍ତି ଦେଶର ପ୍ରଥମ ଉଡନ୍ତା ଟ୍ୟାକ୍ସି, NASAରେ ବି କରିଛନ୍ତି କାମ

28/05/2022 at 6:24 PM

ନୂଆଦିଲ୍ଲୀ ୨୮।୫: ଉତ୍ତରପ୍ରଦେଶ ମୁରାଦାବାଦ ଜିଲ୍ଲାର ଶ୍ରେୟା ରସ୍ତୋଗୀ  ଭାରତ ଡ୍ରୋନ ମହୋତ୍ସବରେ ଦେଶର ପ୍ରଥମ ଉଡନ୍ତା ଟ୍ୟାକ୍ସି ଇ-୨୦୦ ବିକଶିତ କରୁଥିବା ଟିମ୍‌ର ଅଂଶବିଶେଷ ପାଲଟିଛନ୍ତି। ୨୦୧୮ ମସିହାରେ ଶ୍ରେୟା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ଏରୋସ୍ପେସ୍ ଇଞ୍ଜିନିୟରିଂ ପଢା ଶେଷ କରିବା ପରେ ମହାକାଶଚାରୀଙ୍କ ଲାଗି ସ୍ୱତନ୍ତ୍ର ଧରଣର ସୁଟ୍ ଡିଜାଇନ ଲାଗି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସାରେ କାମ କରିଛନ୍ତି। ତାଙ୍କର ଇ-ପ୍ଲେନ କମ୍ପାନୀ ଦିଲ୍ଲୀରେ ଅନୁଷ୍ଠିତ ଭାରତ ଡ୍ରୋନ ମହୋତ୍ସବରେ ତାଙ୍କ ମଡେଲ ଉପସ୍ଥାପନ କରିଛନ୍ତି।

ଇ-ପ୍ଲେନ କମ୍ପାନୀ ମହୋତ୍ସବରେ ୨ ସିଟର ଇଲେକ୍ଟ୍ରିକ ଭର୍ଟିକାଲ ଟେକଅଫ ଓ ଭର୍ଟିକାଲ ଲ୍ୟାଣ୍ଡିଂ (ଇଭିଟିଓଏଲ) ଏକ ମଡେଲ ଉପସ୍ଥାପିତ କରିଛି। ଏହା ସହଯୋଗରେ ଖୁବ୍ ଶୀଘ୍ର ଭାରତରେ ଲୋକେ ଫ୍ଲାଇଂ ଟ୍ୟାକ୍ସିରେ ଉଡି ପାରିବେ। ଇ-୨୦୦ ବିମାନରେ ଉପଯୋଗ ହେବାକୁ ଥିବା ଇଞ୍ଜିନର ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସଫଳ ମଧ୍ୟ ହୋଇଛି। ଏ ବାବଦେ ଶ୍ରେୟା ରସ୍ତୋଗୀଙ୍କ କହିବା କଥା ହେଲା ଏବେ ଯେଉଁ ଇ-୨୦୦ ନିର୍ମିତ ହୋଇଛି ଏହା ଲମ୍ୱା ୫ ମିଟର ଥିବା ବେଳେ ଚୌଡା ମଧ୍ୟ ୫ ମିଟର। ଆମେ ଏହାର ଛୋଟ ମଡେଲ ମଧ୍ୟ ତିଆରି କରୁଛୁ। ଯାହାର ଲମ୍ବା ୩ ମିଟର ହୋଇଥିବା ବେଳେ ୨ ମିଟର ଚୌଡା ରହିବ। ଏହାକୁ ଉଡାଇବାକୁ ପାଇଲଟଙ୍କ ଆବଶ୍ୟକତା ମଧ୍ୟ ରହିବନି।

ଏହାକୁ ଇ-୫୦ ନାମକରଣ କରାଯାଇଥିବା ବେଳେ ଏହାର ଇଞ୍ଜିନ କାମ ଏବେ ଚାଲିଛି। ୨୦୨୩ ସୁଦ୍ଧା ଏହାର କିପରି ଫ୍ଲାଇଟ୍ ଟ୍ରାୟଲ ହେବ ସେଥିପାଇଁ  ଆମେ ଯୋଜନାରେ ଅଛୁ ବୋଲି ଶ୍ରେୟା କହିଛନ୍ତି। ଆମେ ଆକାଶରେ ଉଡିବା ଭଳି ଏପରି ବିମାନ ତିଆରି କରୁଛୁ ଯାହାକୁ ଅପରେଟ କରିବା ବେଶ ସହଜ। ଏହାକୁ ଲୋକେ ସେମାନଙ୍କ ଘରର ଛାତ ଉପରୁ ଉଡେଇ ଓ ଲ୍ୟାଣ୍ଡ ମଧ୍ୟ କରିପାରିବେ। ଆମର ଉଡନ୍ତା ଟ୍ୟାକ୍ସିର ରେଞ୍ଜ ୨୦୦ କିଲୋମିଟର ରହିବ ଓ ଘଣ୍ଟାପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଯାଇପାରିବ। ସେହିପରି ଏହା ୩ ହଜାର ଫୁଟ ଉପରକୁ ଉଠି ପାରିବ।

   Related Posts