ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବନ୍ୟା ବିତ୍ପାତ । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ୨୦ଟି ଜିଲ୍ଲାର ୬୯ ତହସିଲର ୧୫୭୧ ଗାଁ ପ୍ରଭାବିତ ହୋଇଛି । ଏହାଛଡ଼ା ବରେଲି, ପିଲିଭିତ୍ ଏବଂ ଶାହାଜହାଁପୁରର ସହରାଞ୍ଚଳ ମଧ୍ୟ ବନ୍ୟା ପାଣି ଘେରରେ ରହିଛି । ବନ୍ୟା ଯୋଗୁ ୧୪.୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୫ ଲକ୍ଷରୁ ଅଧିକ ପରିବାରରେ ସମ୍ପତ୍ତି ନଷ୍ଟ ହୋଇଛି । ସେହିପରି ପ୍ରାୟ ୩.୧୯ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । କ୍ଷୟକ୍ଷତି ଆକଳନ କରିବାକୁ ସାଟେଲାଇଟ୍ ଚିତ୍ର ଉତ୍ତୋଳନ କରାଯାଉଛି । ଏହାଛଡ଼ା ଡ୍ରୋନ୍ ମାଧ୍ୟମରେ କ୍ଷୟକ୍ଷତି ମଧ୍ୟ ସର୍ଭେ କରାଯାଉଛି ।...
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଏକ ଉଟ୍ଟସ୍ତରୀୟ ବୈଠକ ଡାକିଥିଲେ । ଏହି ମିଟିଂରେ ବନ୍ୟା ସ୍ଥିତି ନେଇ ସମୀକ୍ଷା କରାଯାଇଛି । ବନ୍ୟା ପ୍ରଭାବିତଙ୍କ ପାଖରେ ପହଞ୍ଚିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ସହାୟତା ସହ ଜରୁରୀକାଳୀନ ସାମଗ୍ରୀ ପହଞ୍ଚାଇବାକୁ କୁହାଯାଇଛି । ସେହିପରି ଉଦ୍ଧାରକାରୀ ଦଳ ବନ୍ୟା ଜଳରେ ଫସିଥିବା ଲୋକଙ୍କୁ ରେସକ୍ୟୁ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି ।
ଲକ୍ଷ୍ମୀପୁରରେ ଶାରଦା ନଦୀ ରୁଦ୍ରରୂପ ଧାରଣ କରିଛି । ଫଳରେ ଅଧିକାଂଶ ଗାଁ ଜଳମଗ୍ନ ହୋଇଛି । ସୋମବାର ବେଲହାରେ ନଦୀପଠାରେ ଥିବା ଦେବୀ ମନ୍ଦିର ଜଳ ସମାଧି ନେଇଛି । ଗୋରଖପୁରରେ ୨୪ ଘଣ୍ଟା ଲଗାଣ ବର୍ଷାରେ ରାପ୍ତି ନଦୀରେ ଜଳସ୍ତର ୨୦ ସେଣ୍ଟିମିଟର ବଢ଼ିଛି । ବିପଦ ସଙ୍କେତ ଉପରେ ବହୁଛି ନଦୀର ଜଳସ୍ତର...