ପତ୍ନୀଙ୍କୁ ହତ୍ୟା କଲେ ଡାକ୍ତର ସ୍ବାମୀ, ୪୦୦ କିମି ଦୂରରେ ନେଇ କରିଦେଲେ ଶବସତ୍କାର

Published By : Prameya-News7 Bureau | December 14, 2022 IST

ଲକ୍ଷ୍ନୌ, ୧୪/୧୨: ପତ୍ନୀକୁ ହତ୍ୟା ଅଭିଯୋଗରେ ଗିରଫ ହେଲେ ଡାକ୍ତର। ନିଜ ପତ୍ନୀଙ୍କୁ ପ୍ରଥମେ ହତ୍ୟା ଆଉ ତା’ପରେ ଚୁପ୍ ଚାପ୍ କରିଦେଲେ ଶବସତ୍କାର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଲକ୍ଷୀମପୁରଖେରିରେ। ମୃତ ବନ୍ଦନା ଅବସ୍ତୀ ମଧ୍ୟ ଜଣେ ଡାକ୍ତର। ଘଟଣା ୨୬ ନଭେମ୍ବରରେ ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ,  ଆୟୁର୍ବେଦ ଡାକ୍ତର ଅଭିଷେକ ଅବସ୍ତି ଡାକ୍ତର ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୪୦୦ କିମି ଦୂର ଗଡ଼ମୁକ୍ତେଶ୍ବରରେ ପୋତିଦେଇଥିଲେ। ପୋଲିସର କହିବା ଅନୁଯାୟୀ, ଅଭିଷେକ ତାଙ୍କ ବାପା ଶଙ୍କର ଅବସ୍ତୀଙ୍କ ସହ ମିଶି ବନ୍ଦନାଙ୍କ ହତ୍ୟା କରିଥିଲେ । ବନ୍ଦନାଙ୍କୁ ମୁଣ୍ଡରେ ଶକ୍ତ ଆଘାତ କରିଥିଲେ ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ହତ୍ୟା କରିବା ପରେ ଅଭିଷେକ କୋଟଓ୍ବାଲି ସଦର ପୋଲିସ ଥାନାରେ ନିଖୋଜ ହୋଇଯାଇଥିବା ରିପୋର୍ଟ ମଧ୍ୟ ଲେଖାଇଥିଲେ।

ପୋଲିସ ତଦନ୍ତରୁ ଜଣା ପଡ଼ିଥିଲା ଯେ ହତ୍ୟାରେ ଅଭିଷେକଙ୍କ ବାପା ମଧ୍ୟ ସଂଶ୍ଲିଷ୍ଟ ଥିଲେ। ଉଭୟଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ଗିରଫ କରିଛି। ସେ ତାଙ୍କ ପତ୍ନୀଙ୍କ ମୃତଦେହକୁ ଏକ ସୁଟକେଶରେ ପୂରାଇଥିଲେ ଏବଂ ତାଙ୍କର ହସ୍ପିଟାଲର ଏକ ଆମ୍ବୁଲାନ୍ସ ଦ୍ବାରା ଗଡ଼ମୁକ୍ତେଶ୍ବରରେ ପୋତିବାକୁ ନେଇଥିଲେ ବୋଲି କହିଛନ୍ତି, ଲକ୍ଷୀମପୁର ଖେରି ଏଏସପି ଅରୁଣ କୁମାର ସିଂହ କହିଛନ୍ତି।

ଏସପି ଆହୁରି କହିଛନ୍ତି ଅଭିଷେକ ଆମ୍ବୁଲାନ୍ସ ଡ୍ରାଇଭରକୁ ମହିଳାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ଏବଂ ଯଥାଶୀଘ୍ର ତାଙ୍କର ଶେଷକୃତ୍ୟ କରାଯିବା ଦରକାର। ପୋଲିସ ଅଭିଯୁକ୍ତ ଡାକ୍ତର ଅବସ୍ତିଙ୍କୁ ସୋମବାର ଗିରଫ କରିଥିଲେ ଏହାର ଗୋଟିଏ ଦିନ ପରେ ସେ ନିଜ ଦୋଷ ସ୍ବୀକାର କରିଥିଲା। ବନ୍ଦନା ଶୁକ୍ଳା ମଧ୍ୟ ଜଣେ ଆୟୁର୍ବେଦ ଡାକ୍ତର, ଉଭୟ ଡାକ୍ତର ଦମ୍ପତ୍ତିଙ୍କର ଏକ ହସ୍ପିଟାଲ ରହିଛି। ତେବେ ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ କହିଛନ୍ତି​ ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.