ଲକ୍ଷ୍ନୌ: ଏବେ ସାରା ବିଶ୍ୱ ଚରମପନ୍ଥୀଙ୍କ ଟାର୍ଗେଟ୍ରେ। ବଡ଼ ବଡ଼ ନେତ ଓ ଲେଖକୁ ଦିଆଯାଉଛି ହତ୍ୟା ଧମକ। ଆଉ ସୁଯୋଗ ମିଳିଲେ ସେମାନଙ୍କ ଉପରେ ହେଉଛି ମରଣାନ୍ତକ ଆକ୍ରମଣ। ନିକଟରେ ଆମେରିକାର ନ୍ୟୁୟର୍କରେ ପ୍ରଖ୍ୟାତ ଲେଖକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ସାରା ବିଶ୍ୱର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଭାରତରେ ବଡ଼ ନେତାଙ୍କୁ ହତ୍ୟା ଧମକ ମିଳିଛି।
ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ଭାରତୀୟ କୃଷକ ମଞ୍ଚରର ଜାତୀୟ ସଭାପତି ଏବଂ ପାଆଇଏଲ୍ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କୁ ହତ୍ୟା ଧମକ ଦେଇଛି। ଏହି ଘଟଣା ପରେ ପୁଲିସ ସଲମାନ ନାଁରେ ମାମଲା ରୁଜୁ କରିଛି। ଲକ୍ଷ୍ନୌରେ ଥିବା ଦେବେନ୍ଦ୍ର ତିୱାରୀଙ୍କ ଘରକୁ ଏଭଳି ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଚିଠିରେ ତାଙ୍କୁ ଓ ଯୋଗୀ ଆଦିତ୍ୟ ନାଥଙ୍କୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।
ରାଜ୍ୟରେ କଂସେଇଖାନା ସମ୍ପର୍କିତ ଏହି ଚିଠିଟି ଆସିଥିବା କୁହାଯାଉଛି। କାରଣ ନିକଟରେ ତିୱାରୀ ରାଜ୍ୟରେ ବେଆଇନ କଂସେଇଖାନା ଖୋଲିବାକୁ ବିରୋଧ କରି କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଧମକପୂର୍ଣ୍ଣ ଚିଠି ଆସିଥିବା କୁହାଯାଉଛି। ତେବେ ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୁଲିସ ତୁରନ୍ତ ଘଟଣାକୁ ନେଇ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ସଲମାନକୁ ଏପର୍ଯ୍ୟନ୍ତ ଗିରଫ କରିପାରିନି ପୁଲିସ।