ଲଭ୍ ଜିହାଦ କରୁଥିବା ବ୍ୟକ୍ତିଙ୍କୁ ଯୋଗୀଙ୍କ ଚେତାବନୀ, କହିଲେ- 'ନସୁଧୁରିଲେ ରାମ ନାମ ସତ୍ୟ ଯାତ୍ରା ଆରମ୍ଭ ହେବ'

Published By : Prameya-News7 Bureau | November 01, 2020 IST

ଲକ୍ଷ୍ନୌ,୦୧/୧୧:ଉତ୍ତର ପ୍ରଦେଶରେ ଲଭ ଜିହାଦ ଉପରେ ଲାଗିବ ଅଙ୍କୁଶ । ଲଭ ଜିହାଦ ବନ୍ଦ କରିବାକୁ ଅଣ୍ଟା ଭିଡିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଠାରେ ବୃଦ୍ଧି ପାଉଥିବା ଲଭ୍ ଜିହାଦ ମାମଲା ଉପରେ  ଯୋଗୀ ସରକାର ଅଙ୍କୁଶ ଲଗାଇବାକୁ ଯାଉଛନ୍ତି। ଯୋଗୀ ଆଦିତ୍ୟନାଥ ଏଭଳି ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଦେବାରିୟାରେ ଏକ ନିର୍ବାଚନ ରାଲିକୁ ସମ୍ବୋନ୍ଧନ କରି କହିଛନ୍ତି ଯେ, ଶୁକ୍ରବାର ହାଇକୋର୍ଟ ଏକ ଆଦେଶ ଦେଇଛନ୍ତି ଯେ, ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଅବୈଧ ଅଟେ। ସରକାର ଖୁବଶୀଘ୍ର ଲଭ ଜିହାଦ ଉପରେ ଅଙ୍କୁଶ ଲଗାଇବାକୁ ଯାଉଛନ୍ତି। ଲଭ ଜିହାଦକୁ ରୋକିବା ପାଇଁ ରାଜ୍ୟ ସରକାର ନୂଆ ଆଇନ୍‌ ପ୍ରଣୟନ କରିବାକୁ କରିବେ ।

wp:html /wp:html

ସେ ଆହୁରି କହିଛନ୍ତି ଯେ, ସେହିମାନଙ୍କୁ ଚେତାବନୀ ଦିଆଯାଉଛି ଯେଉଁ ଲୋକ ମାନେ ନିଜ ପରିଚୟ ଲୁଚାଇ  ଯୁବତୀଙ୍କ ସମ୍ମାନର ସହ ଖେଳୁଛନ୍ତି। ସେମାନେ ସୁଧୁରି ଯାଆନ୍ତୁ। ଯଦି ନ ସୁଧୁରନ୍ତି ତେବେ ସେମାନଙ୍କର ରାମ-ନାମ ସତ୍ୟର ଯାତ୍ରା ବାହାରିବାକୁ ଯାଉଛି ବୋଲି ଯୋଗୀ କହିଛନ୍ତି।

ଯୋଗୀ ଆହୁରି କହିଛନ୍ତି ଯେ, ସେଥିଲାଗି ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଚଳାଉଛନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମସ୍ତ ମା-ଭଉଣୀଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ଓ ମାଆ ଭଉଣୀଙ୍କର ସମ୍ମାନର ରକ୍ଷା ବୋଲି  ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.