ୟୁପି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା, ରାଜ୍ୟପାଳଙ୍କ ସମ୍ବୋଧନ ବେଳେ ବିପକ୍ଷ ଦେଲେ ‘ଗୋ-ବ୍ୟାକ୍’ ନାରା
20/02/2023 at 2:22 PM

ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହଟ୍ଟଗୋଳ କରିଛନ୍ତି ବିରୋଧୀ ଦଳନେତା । ଗଭର୍ଣ୍ଣର ଆନନ୍ଦି ବେନଙ୍କୁ ‘ରାଜ୍ୟପାଳ ଗୋ-ବ୍ୟାକ୍’ ନାରା ଦେଇଛନ୍ତି । ବିରୋଧୀଙ୍କ ‘ରାଜ୍ୟପାଳ ଫେରିଯାଅ’ ନାରାରେ କମ୍ପିଲା ଗୃହ । ରାଜ୍ୟରେ ବିକାଶ ଶୂନ, ଆଇନ ବ୍ୟବସ୍ଥା ଭୂଶୁଡ଼ି ପଡ଼ିଛି ବୋଲି ବିପକ୍ଷ ନେତା କହିଛନ୍ତି ।
ଉତ୍ତର ପ୍ରଦେଶର ୨୫ କୋଟି ଲୋକଙ୍କ ପାଇଁ ୨୨ ଫେବ୍ରୁଆରୀରେ ବଜେଟ୍ ପାରିତ କରିବେ ସରକାର। ଏହା ପୂର୍ବରୁ ସୋମବାର ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି । ଏହି ଅଧିବେଶନ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ହେଲେ ପ୍ରାରମ୍ଭରୁ ଗୃହରେ ହଙ୍ଗାମା କରିଦେଇଛନ୍ତି ବିରୋଧୀ । ରାଜ୍ୟପାଳଙ୍କୁ ଇଙ୍ଗିତ କରିବାକୁ ବି ପଛେଇ ନାହାନ୍ତି ନେତା । ବିପକ୍ଷ ନେତାଙ୍କ ‘ରାଜ୍ୟପାଳ ଗୋ-ବ୍ୟାକ୍’ ନାରାରେ କମ୍ପିଲା ବିଧାନସଭା ଗୃହ । ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କୁ ‘ଗୋ-ବ୍ୟାକ୍’ କହିଛନ୍ତି । ରାଜ୍ୟରେ ବିକାଶ ଶୂନ, ଆଇନ ବ୍ୟବସ୍ଥା ଭୂଶୁଡ଼ି ପଡ଼ିଛି ବୋଲି ଅଖିଳେଶ କହିଛନ୍ତି ।
#WATCH | Uttar Pradesh: Opposition MLAs raise slogans of "Rajyapal Go Back" (Governor go back) and show placards in the Assembly as they oppose the Governor's Address at the commencement of the Budget session.
— ANI UP/Uttarakhand (@ANINewsUP) February 20, 2023
Earlier this morning, SP MLAs protest against the state government. pic.twitter.com/8xsdpf0ArW
ଉତ୍ତରପ୍ରଦେଶ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭରୁ ଗୃହକୁ ସମ୍ବୋଧିତ କରିଥିଲେ ରାଜ୍ୟପାଳ । ୨୦ ଦିନିଆ କାର୍ଯ୍ୟଦିବସରେ ବିଭିନ୍ନ ବିଲ୍ ପାରିତ ହେବ । ମାତ୍ର ଏହା ପୂର୍ବରୁ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ ।