suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଖିରେ ପଟି ବାନ୍ଧି ଖବରକାଗଜ ପଢୁଛନ୍ତି ଛାତ୍ରୀ, ଶିଖିଛନ୍ତି ୧୪ ଭାଷା: ପରୀକ୍ଷା କଲେ ଜିଲ୍ଲା ଅଧିକାରୀ, ହୋଇଗଲେ ଆଶ୍ଚର୍ଯ୍ୟ

31/10/2020 at 4:12 PM

ସାହାଜାହାନପୁର ୩୧/୧୦ : ଉତ୍ତର ପ୍ରଦେଶ ସାହାଜାହାନପୁରରେ ଜଣେ ୧୫ ବର୍ଷୀୟ ବାଳିକା ଆଖି ବନ୍ଦ କରି ଖବରକାଗଜ ପଢୁଛନ୍ତି। ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ କିନ୍ତୁ କଥାଟି ସତ। ଦଶମ ଶ୍ରେଣୀ ଛାତ୍ରୀ ପ୍ରାର୍ଥନା ଆଖି ବନ୍ଦ କରି ଖବରକାଗଜ ପଢି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି। ସେ ଆଖି ବନ୍ଦ କରି ରଙ୍ଗ ଓ ନମ୍ବର ମଧ୍ୟ ଚିହ୍ନି ପାରନ୍ତି। କିଛି ଦିନ ପୂର୍ବରୁ ୧୪ ଭାଷା ଶିଖି ସେ ରେକର୍ଡ କରିଛନ୍ତି। ସାହାଜାହାନପୁରରେ ପ୍ରାର୍ଥନାଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି।

ସାହାଜାହାନପୁର ପିଡବ୍ଲୁଡି କଲୋନୀରେ ରହୁଥିବା ପ୍ରାର୍ଥନା ଆଖିରେ ପଟି ବାନ୍ଧି ପଢିବାରେ ରେକର୍ଡ କରିଛନ୍ତି। ଗତ ୧୦ ବର୍ଷ ହେଲା ସେ ଲଗାତାର ନିଜର ବୌଦ୍ଧିକ ଦକ୍ଷତା ଜରିଆରେ ଆଖି ବନ୍ଦ କରି ଖବରକାଗଜ ପଢୁଛନ୍ତି ଏବଂ ରଙ୍ଗ ଓ ନମ୍ବର ମଧ୍ୟ ଚିହ୍ନଟ କରୁଛନ୍ତି। ପ୍ରାର୍ଥନା କହିଛନ୍ତି ଯେ ମଧ୍ୟମ ମସ୍ତିଷ୍କ ସକ୍ରିୟତା ବା ମିଡ଼ ବ୍ରେନ ଆକ୍ଟିଭେସନ ଜରିଆରେ ସେ ଏହି ଦକ୍ଷତା ହାସଲ କରିଛନ୍ତି।

ଏଥିପାଇଁ ପ୍ରାର୍ଥନାଙ୍କୁ ତାଙ୍କ ବାପା-ମା ଟ୍ରେନିଂ ଦେଇଛନ୍ତି। ଜାପାନୀ ଜ୍ଞାନ କୌଶଳ ମିଡ଼ ବ୍ରେନ ଆକ୍ଟିଭେସନ ଜରିଆରେ ସେ ମାତ୍ର କିଛି ଦିନରେ ୧୪ ଭାଷା ଶିଖିଗଲେ। ସେ ଖୁବ ସହଜରେ ପ୍ରତ୍ୟେକ ଭାଷା ପଢି ଲୋକଙ୍କୁ ଚକିତ କରିଦେଉଛନ୍ତି। ଏହାଛଡା ବ୍ରେନ ଡେଭେଲପମେଣ୍ଟ ଦ୍ୱାରା ସେ ଲୋକଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ମଧ୍ୟ ଜାଣିବା କ୍ଷମତା ମଧ୍ୟ ହାସଲ କରିଛନ୍ତି।

ମିଡ଼ ବ୍ରେନ ଆକ୍ଟିଭେସନର ଏହି କୌଶଳ ଜାପାନରେ ପ୍ରତ୍ୟେକ ଶିଶୁଙ୍କୁ ଶିଖାଯାଏ ଯେପରି ପ୍ରତ୍ୟେକ ଶିଶୁର ମସ୍ତିସ୍କ ପିଲାଦିନୁ ହିଁ ପ୍ରଖର ହେବ। କିନ୍ତୁ ଭାରତରେ ଏହି କୌଶଳ ଏବେ ଯାଏଁ ବିକାଶ ହୋଇନାହିଁ। ପ୍ରାର୍ଥନାଙ୍କ ପରିବାର ସ୍କୁଲମାନଙ୍କରେ ନିଜର ସେବା ପ୍ରଦାନ କରି ବ୍ରେନ ଡେଭେଲପମେଣ୍ଟ ଆରମ୍ଭ କରିଛନ୍ତି। ପ୍ରାର୍ଥନାଙ୍କ ପିତା ପୁଣିତ ଓ ଉପମା କହିଛନ୍ତି ଯେ ଯଦି ସରକାର ଏହି ବ୍ରେନ ଡେଭେଲପମେଣ୍ଟ ଜରିଆରେ ଶିଶୁଙ୍କୁ ଏହି କୌଶଳ ଶିକ୍ଷା ଦେବେ ତାହେଲେ ଏଠାରେ ମଧ୍ୟ ଶିଶୁମାନେ ଏହି କୌଶଳ ଜରିଆରେ ଦେଶର ନାଁ କରିବେ।

ଜିଲ୍ଲା ଅଧିକାରୀ ଇନ୍ଦ୍ର ବିକ୍ରମ ସିଂହ ପ୍ରାର୍ଥନାଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ତାଙ୍କ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିକ୍ରମ ସିଂହ କହିଛନ୍ତି ଯେ ପ୍ରାର୍ଥନା ନିଜ ଦକ୍ଷତା ଦେଖାଇଛନ୍ତି। ସେ ଅନେକ ଭାଷା ମଧ୍ୟ ଶିଖିଛନ୍ତି। ସେ ପ୍ରାର୍ଥନାଙ୍କୁ ଏକ ସରକାରୀ ଆଦେଶ ପଢିବାକୁ ଦେଇଥିଲେ। ପ୍ରାର୍ଥନା ଆଖିରେ ପଟି ବାନ୍ଧି ନିର୍ଭୁଲ ଭାବେ ଆଦେଶ ପଢିଥିଲେ। ପ୍ରାର୍ଥନାଙ୍କ ପ୍ରତିଭା ଦେଖି ଜିଲ୍ଲା ଅଧିକାରୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଛନ୍ତି, ଆମେ ସମସ୍ତଙ୍କୁ ଆମ ପିଲାମାନଙ୍କୁ ଏହିଭଳି ଶିକ୍ଷା ଦେବାକୁ ପ୍ରେରିତ କରିବ ଉଚିତ। ଏହା ହିଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମ ବୋଲି ସେ କହିଛନ୍ତି।

   Related Posts