suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ୟୁପିରେ ସ୍ବଚ୍ଛ ଭାରତ ମିଶନକୁ ଉପହାସ, ଗୋଷ୍ଠୀ ଶୌଚାଳୟର ଗୋଟିଏ ରୁମ୍‌ରେ ୪ ସିଟ୍

30/12/2022 at 7:05 PM

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସ୍ବଚ୍ଛ ଭାରତ ମିଶନର ଧର୍ଜିଆ ଉଡ଼ିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ମିଶନକୁ ସରକାରୀ କର୍ମଚାରୀଙ୍କ ଉପହାସ । ଗୋଷ୍ଠୀ ଶୌଚାଳୟର ଗୋଟିଏ ରୁମ୍‌ରେ ବସାଇଲେ ୪ଟି ସିଟ୍ । ପାଇଖାନାରେ ନା କବାଟ ଅଛି ନା ବିଭାଜନ ହୋଇଛି । ଶୌଚାଳୟର ଫଟୋ ଭାଇରାଲ୍ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଭାଙ୍ଗି ଦେଇଛି ।

ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲା ମୁଖ୍ୟାଳୟରୁ ୪୦ କିଲୋମିଟର ଦୂର ରୁଦୌଲି ତହସିଲ ଧାନସା ଗାଁରେ ଏହି ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଛି । ଯେଉଁଠାରେ ସରକାରୀ କର୍ମଚାରୀ ଓ ଠିକାଦାର ଏକ ବିଚିତ୍ର ଶୌଚାଳୟ ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ମିଶନ ଯୋଜନାକୁ ଉପହାସ କରିଛନ୍ତି । ଗୋଷ୍ଠୀ ଶୌଚାଳୟର ଗୋଟିଏ ରୁମରେ ୪ଟି ଟଏଲେଟ୍ ପାନ୍ ବସାଯାଇଛି । ଏହା ମଧ୍ଯରେ କୌଣସି କାନ୍ଥ ନାହିଁ କି କବାଟ ମଧ୍ୟ ନାହିଁ। । ପଞ୍ଚାୟତରାଜ ବିଭାଗର ଅଧିକାରୀଙ୍କ ଏଭଳି କରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୋସିଆଲ୍ ମିଡିଆରେ ଏହି ଶୌଚାଳୟର ଫଟୋ ଭାଇରାଲ୍ ହେବା ପରେ ଏହାକୁ ନେଇ ଆଲୋଚନା ମଧ୍ୟ ହେଉଛି । ଉତ୍ତର ପ୍ରଦେଶର ପଞ୍ଚାୟତରାଜ ବିଭାଗର ସୁଯୋଗ୍ୟ ଅଧିକାରୀମାନେ ଏପରି କରିପାରିବେ ବୋଲି ଟ୍ରୋଲ୍ କରୁଛନ୍ତି ଲୋକେ । ସେପଟେ ବସ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶୌଚାଳୟ ଦୁନୀର୍ତିକୁ ଗମ୍ଭୀରତାର ସହ ନେଇଛନ୍ତି । ପାଇଖାନା ନିର୍ମାଣରେ ଉଚିତ୍ ମାନଦଣ୍ଡକୁ ଅନୁସରଣ କରାଯାଇନାହିଁ ବୋଲି ରାଜେଶ ପ୍ରଜାପତି କହିଛନ୍ତି । ଏହାକୁ ଭାଙ୍ଗିବା ସହିତ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

   Related Posts