ଉତ୍ତର ପ୍ରଦେଶ ଏଟିଏସକୁ ସଫଳତା, ଦୁଇ ଆତଙ୍କବାଦୀ ଗିରଫ, ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଥିଲା ଯୋଜନା

Published By : Prameya-News7 Bureau | August 12, 2022 IST

ଲକ୍ଷ୍ନୌ: ସ୍ୱାଧୀନତା ଦିବସ ପୂର୍ବରୁ ଉତ୍ତର ପ୍ରଦେଶ ପୋଲିସକୁ ବଡ଼ ସଫଳତା ମିଳିଛି । ୟୁପି ଏଟିଏସ ରାଜ୍ୟର ସହାରନପୁରରୁ ଦୁଇ ଆତଙ୍କୀଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗିରଫ ଦୁଇ ଆତଙ୍କୀ ସ୍ୱାଧୀନତା ଦିବସରେ ବଡ଼ ଧରଣର ବିସ୍ଫୋରଣ କରିବା ଯୋଜନା କରୁଥିଲେ । ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାଁ ମହମ୍ମଦ ନଦୀମ ବୋଲି ଜଣାପଡିଛି । ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଏବଂ ତହରିଖ-ଏ-ତାଲିବାନ ସହ ସିଧା ସମ୍ପର୍କ ଥିଲା । ନୂପୁର ଶର୍ମାଙ୍କୁ ହାତ୍ୟା କରିବା ପାଇଁ ନଦୀମକୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଆତଙ୍କୀ ଧରାପଡିଛି ।

ଉତ୍ତର ପ୍ରଦେଶ ଏଟିଏସ ଅନୁସାରେ, ଗିରଫ ଆତଙ୍କବାଦୀର ମୋବାଇଲରେ ଏକ ପିଡିଏଫ ମିଳିଛି, ଏଥିରେ ବିସ୍ଫୋଟକ କୋର୍ସ ଫିଦେ ବଲ ଲେଖାଯାଇଛି। ଏହାସହ ନଦୀମର ଫୋନରୁ ପାକିସ୍ତାନ ଏବଂ ଆଫଗାନିସ୍ତାନର ଜୈସ-ଏ-ମଦମ୍ମଦ ଏବଂ ଟିଟିପିର ଆତଙ୍କବାଦୀଙ୍କ ସହ କଥାବର୍ତ୍ତା ଏବଂ ଭଏସ ମେସେଜ୍ ମିଳିଛି । ୨୦୧୮ରୁ ଜୈସ ଏବଂ ତହରିକ-ଏ-ତାଲିବାନ-ପାକିସ୍ତାନର ବିଭିନ୍ନ ଆତଙ୍କବାଦୀଙ୍କ ସହ ସୋସିଆଲ ମିଡିଆ ଜରିଆରେ ସମ୍ପର୍କରେ ଥିଲା । ଏହି ଆତଙ୍କୀଠାରୁ ଭର୍ଚୁଆଲ ନମ୍ୱର ତିଆରି କରିବା ଟ୍ରେନିଂ ମଧ୍ୟ ନେଇଥିଲା ।

ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ଜୈସର ଆତଙ୍କୀ ନଦୀମକୁ ଟାସ୍କ ଦେଇଥିବା ଅଭିଯୁକ୍ତ ସ୍ୱୀକାର କରିଛି । ଏହାସହ ସ୍ପେଶାଲ ଟ୍ରେନିଂ ପାଇଁ ଆଫଗାନିସ୍ତାନ ଗସ୍ତ କରିବା ଯୋଜନାରେ ଥିଲା ଆତଙ୍କୀ ନଦୀମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.