ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଉତ୍ତର ପ୍ରଦେଶ ପରେ ମଧ୍ୟ ପ୍ରଦେଶ, ଲଭ୍ ଜିହାଦ ଆଇନରେ ମୋହର ମାରିଲେ ଶିବରାଜ

26/12/2020 at 11:43 AM

ଭୋପାଳ,୨୬/୧୨:  ମଧ୍ୟ ପ୍ରଦେଶରେ ଲଭ-ଜିହାଦ ବିରୋଧି ବିଧେୟକ ‘ଧର୍ମ ସ୍ୱାତନ୍ତ୍ର୍ୟ ବିଧେୟକ ୨୦୨୦’କୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ଆଇନରେ ୧୯ଟି ପ୍ରାବଧାନ ରହିଛି । ଏଥିରେ ଉଲ୍ଲେଖ ରହିଛି ଯେ, ଯଦି ଧର୍ମ ପରିବର୍ତ୍ତନ ମାମଲାରେ ପୀଡିତର ପରିବାର ଅଭିଯୋଗ କରନ୍ତି ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି କାହା ବିରୋଧରେ ନାବାଳିକା, ଅନୁସୂଚୀତ ଜାତି ବା ଜନଜାତିର ଝିଅଙ୍କୁ ପ୍ରଲୋଭିତ କରି ବିବାହ କରାଯିବା ଅଭିଯୋଗ ଆସେ ତେବେ ୧୦ ବର୍ଷ ପାଇଁ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।

ଆଇନରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି କେହି ଧନ ଓ ସମ୍ପତ୍ତି ଲୋଭରେ ଧର୍ମ ଲୁଚାଇ ବିବାହ କରେ ତାହାଲେ ସେହି ବିବାହକୁ ଗ୍ରହଣ କରାଯିବ ନାହିଁ ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଦେଶର ସବୁଠାରୁ ବଡ ଆଇନ ପ୍ରଣୟନ ହୋଇଛି । ଏବେ ଏହି ବିଧେୟକକୁ ବିଧାନସଭାରେ ଆଗତ କରାଯିବ । ଡିସେମ୍ବର ୨୦ରୁ ମଧ୍ୟ ପ୍ରଦେଶ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।

ଏହାପୂର୍ବରୁ ଉତ୍ତର ପ୍ରଦେଶ କ୍ୟାବିନେଟରେ ନଭେମ୍ବରରେ ଲଭ୍ ଜିହାଦ ବିରୋଧୀ ଅଧ୍ୟାଦେଶ ପାସ୍ ହୋଇଥିଲା । ଅଧ୍ୟାଦେଶ ଅନୁସାରେ, କିଛି ଉଦ୍ଦେଶ୍ୟ ରଖି ଧର୍ମ ପରିବର୍ତ୍ତନ କଲେ ୧୦ ବର୍ଷର ଜେଲଦଣ୍ଡ ମିଳିବ । ୟୁପି ସରକାର ଲଭ-ଜିହାଦ ଉପରେ ନୂଆ ଆଇନ ଆଣିବେ ବୋଲି କହିଥିଲେ । ଲୋଭ, ଚାପ ତଥା ଧମକ ଦେଇ ବିବାହ କରିବା ଘଟଣା ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

   Related Posts