ବିଜୟ ହାସଲ କଲେ ଟିଭିର ରାମଚନ୍ଦ୍ର, ଧନ୍ୟବାଦ୍ ଜଣାଇ ଅରୁଣ ଗୋଭିଲ୍ କହିଲେ ଲୋକଙ୍କ ଭରସାର ମାନ୍ ରଖିବି

Published By : Prameya-News7 Bureau | June 05, 2024 IST


ରାମନାନ୍ଦ ସାଗରର ପ୍ରସିଦ୍ଧ ସିରିଏଲ୍  ଲରାମାୟଣରେ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା  ଅରୁଣ ଗୋଭିଲ୍ ଘରେ  ଘରେ ସୃଷ୍ଟି କରିଛନ୍ତି ପରିଚୟ। ଅଭିନୟରେ କମାଲ ଦେଖାଇଥିବା  ଅରୁଣ ଗୋଭିଲ ରାଜନୀତିରେ ପାଦ ଥାପିଛନ୍ତି। ଟିଭିର  ରାମ ବିଜେପି ଟିକେଟରେ ୟୁପିର ମେରେଠରୁ ଲୋକସଭା ନିର୍ବାଚନା ଲଢି ହଜାର ହଜାର ଭୋଟସ ସହ ଧମାକେଦାର ବିଜୟ ହାସଲ କରିଛନ୍ତି। ଗୋଟିଏ ପଟେ  ଅରୁଣ ଗୋଭିଲଙ୍କ ବିଜୟକୁ ନେଇ ଖୁସି ଥିବାବେଳେ  ଅନ୍ୟ ପକ୍ଷରେ   ବିଜେପିର ଅଯୋଧ୍ୟା  ସିଟ୍ ହାରିବା କରିଛି ନିରାଶ।  ଯେଉଁ ବର୍ଷ ରାମ ମନ୍ଦିର ତିଆରି ହୋଇଛି  ସେହି ବର୍ଷ ଅଯୋଧ୍ୟରୁ ବିଜେପିକୁ ହରାଇବା ମଧ୍ୟ ଏକ ଶକ୍ତ ଧକ୍କା। 

ଯଦିଓ ନିଜର ଦମଦାର୍  ବିଜୟ ପରେ ଅରୁଣ ଗୋଭିଲ୍  ନିଜ ଫଟୋ ସେଆର କରି ଫ୍ୟାନ୍ସଙ୍କୁ ଦେଇଛନ୍ତି ଶୁଭେଚ୍ଛା।  ସେ ପୋଷ୍ଟ ସେଆର କରି ଲେଖିଛନ୍ତି,  ମରେଠ ହାପୁଡ୍   ଲୋକସଭା କ୍ଷେତ୍ରର ସବୁ  ଜନତା , କାର୍ଯ୍ୟକର୍ତ୍ତା ଓ ଶୀର୍ଷ ନେତୃତ୍ୱକୁ ଅନେକ ଅନେକ ଶୁଭେଚ୍ଛା। ଆପଣ ସମସ୍ତେ  ମୋ ଉପରେ ନିଜର ବିଶ୍ୱାଜ ରଖିଲେ, ମୁଁ ସେଥିପାଇଁ ହୃଦୟରୁ ଧନ୍ୟବାଦ ଦେଉଛି । ଆପଣଙ୍କ ବିଶ୍ୱାସକୁ  ସଂପୂର୍ଣ ରୂପେ ଜିତିବାକୁ ଚେଷ୍ଟା କରୁଛି। ଜୟ ଶ୍ରୀ ରାମ। 

ଅରୁଣ ଗୋଭିଲଙ୍କ କଥା କହିଲେ ତାଙ୍କ ଜନ୍ମ 12 ଜାନୁଆରୀ 1958ରେ  ୟୁପିର ମରେଠରେ  ହୋଇଥିଲା। ତାଙ୍କ ପିଲାଦିନ ଉତ୍ତରପ୍ରଦେଶ ଶାହାଜାହାଁପୁରରେ କଟିଥିଲା। ଅରୁଣ ଗୋଭିଲଙ୍କ ବାପା ଚାହୁଁଥିଲେ କି ସେ ଜଣେ ସରକାରୀ ଚାକିରି କରନ୍ତୁ।  କିନ୍ତୁ ଅରୁଣ ହୋଇଗଲେ ଅଭିନେତା।  କଲେଜରେ ଅଭିନୟର   କରିବା ପରେ ସେ ଅଭିନେତା ହେବାକୁ ନେଲେ ନିଷ୍ପତ୍ତି। ଅରୁଣ ଗୋଭିଲ୍ 1977ରେ ଫିଲ୍ମ  ପହେଲି ଜରିଆରେ କରିଥିଲେ ଫିଲ୍ମ ଜଗତରେ ଏଣ୍ଟ୍ରି।  ଏହାପରେ ସେ  ‘ସାବନ୍ କୋ ଆନେ ଦୋ’ ,  କିନ୍ତୁ ଅଭିନେତା ଭାବେ ତାଙ୍କୁ ପରିଚୟ ମିଳିଥିଲା ତୃତୀୟ ଫିଲ୍ମ  ‘ସାଞ୍ଚକି ଆଞ୍ଚ୍ ନେହିଁ ରୁ’। ତାପରେ ସେ   ଅନେକ ଫିଲ୍ମରେ କାମ କରିଥିଲେ।  ଫିଲ୍ମରେ ନାଁ କରିବା ପରେ  ଅରୁଣ ଗୋଭିଲ୍ ଟିଭି ଦୁନିଆରେ ପାଦ ଥାପିଥିଲେ।  1985ରେ  ସେ ବିକ୍ରମ ଓ ବେତାଲରୁ ଟିଭିରେ ଡେବ୍ୟୁ କରିଥିଲେ। ଏହା ପରେ ଅରୁଣ ଗୋଭିଲ୍ 1986 ରେ ରାମୟଣରେ ଭଗବାନ ରାମଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା। ଏହି ଧରାବାହିକରେ  ସେ ଲୋକଙ୍କର  ହୋଇଥିଲେ ପ୍ରିୟ।  ଆଜି ବି ଅରୁଣ ଗୋଭିଲଙ୍କୁ ଲୋକ ରାମ ବୋଲି ସମ୍ବୋଧନ କରନ୍ତି।  

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.