ବିଜେପି ନେତ୍ରୀଙ୍କ ବିରୋଧରେ ମହିଳା କମିଶନଙ୍କ ପାଖରେ ଫେରାଦ ହେଲେ ଉର୍ଫି ଯାଦବ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

Published By : Prameya-News7 Bureau | January 13, 2023 IST

ନୂଆଦିଲ୍ଲୀ: ବିଜେପି ନେତ୍ରୀଙ୍କ ବିରୋଧରେ ଫେରାଦ ହେଲେ ସିନେ ବ୍ୟକ୍ତିତ୍ୱ ତଥା ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ଉର୍ଫି ଯାଦବ। ମହାରାଷ୍ଟ୍ର ମହିଳା କମିଶନଙ୍କ ପାଖରେ ସେ ବିଜେପି ମହିଳା ନେତ୍ରୀ ଚିତ୍ରା କିଶୋର ୱାଗଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ଗତକାଲି ଚିତ୍ରା ଉର୍ଫିଙ୍କ ବିରୋଧରେ ଅଶ୍ଳୀଳତା ପ୍ରସାର କରୁଥିବା ନେଇ ଥାନାରେ ମାମଲା କରିଥିଲେ। ଏହାର ଜବାବରେ ଉର୍ଫି ମହିଳା କମିଶନଙ୍କର ଦ୍ୱାରସ୍ଥ ହୋଇଥିଲେ।

ସର୍ବସାଧାରଣରେ ଚିତ୍ରା ତାଙ୍କ ବିରୋଧରେ ଟିପ୍ପଣୀ କରିଛନ୍ତି। ଏହି ଟିପ୍ପଣୀରେ ତାଙ୍କ ଉପରେ ଆକ୍ରମଣ କରିବାକୁ ଉସ୍‌କାଯାଇଥିବା ଉର୍ଫି ଅଭିଯୋଗ କରିଛନ୍ତି। ଏନେଇ ଶୁକ୍ରବାର ଉର୍ଫି ତାଙ୍କ ଓକିଲ ନୀତୀନ ସତପୁତେଙ୍କ ସହ ମହାରାଷ୍ଟ୍ରର ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳା କମିଶନ ରୁପାଲ ଚଙ୍କରଙ୍କୁ ଭେଟି ସେ ବିଜେପି ନେତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏନେଇ ଉର୍ଫିଙ୍କ ଓକିଲ ସତପୁତେ କହିଛନ୍ତି “ ଉର୍ଫିଙ୍କୁ ଧମକ ଦିଆଯାଇଥିବାରୁ ଆମେ ଅଭିଯୋଗ କରିଛୁ। ଶାସକ ଦଳର ନେତ୍ରୀ ଯଦି ଧମକ ଦେଉଛନ୍ତି ମାନେ ତାଙ୍କ ପଛରେ ସରକାରୀ ସହଯୋଗ ରହିଛି। ଏଭଳି କମେଣ୍ଟ ଜାଭେଦଙ୍କୁ ହାନୀ ପହଞ୍ଚାଇପାରେ। ତା ସହିତ ଏଭଳି କମେଣ୍ଟ ପୁନର୍ବାର ନ କରିବାକୁ ୱାଗଙ୍କୁ ରୋକିବାକୁ ମୁମ୍ବାଇ ପୁଲିସ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ଅଭିଯୋଗ କରିଛୁ। ”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.