ଦିନ ଆସିବ ମୁଁ ଦେହରେ କପଡା ହିଁ ରଖିବିନି, କାହିଁକି ଏପରି କହିଲେ ଉର୍ଫି ଜାଭେଦ୍…

Published By : Prameya-News7 Bureau | July 07, 2022 IST

ମୁମ୍ବାଇ ୦୭।୦୭ : ନା ବଡ଼ ଫିଲ୍ମ କରିଛନ୍ତି , ନା ଓ୍ୱେବ ସିରିଜ୍‌ରେ ଅଭିନୟ କରିଛନ୍ତି , ନା କୌଣସି ବଡ଼ ମ୍ୟୁଜିକ୍‌ ଆଲବମ୍‌ରେ ନଜର ଆସିଛନ୍ତି । ତଥାପି ସବୁବେଳେ ଗ୍ଲାମର ଦୁନିଆରେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ । ଆଉ ପ୍ରତିଦିନ ପାପାରାଜିଙ୍କ ଫୋକସ୍‌ରେ ରହିଥାନ୍ତି ଉର୍ଫି । ହେଲେ ଏବେ ସେ ପିନ୍ଧୁ ଥିବା ଡ୍ରେସକୁ ନେଇ ଏକ ବୟାନ ଦେଇଛନ୍ତି । ଯାହାକି ପୁରା ଚର୍ଚ୍ଚାର ବିଷୟ ପାଲଟିଛି ।

wp:html
/wp:html

ସବୁ ବେଳେ ନିଜର ଅତରଙ୍ଗୀ ଓ ଭିନ୍ନ ଶୈଳର ଡ୍ରେସ୍‌ ପିନ୍ଧାକୁ ନେଇ ଚର୍ଚ୍ଚାରେ ଥାନ୍ତି ଉର୍ଫି ଜାଭେଦ । ସେ ଘରୁ ବାହାରିବା ମାତ୍ରେ ପାପାରାଜୀମାନେ ଘେରିଯାଆନ୍ତି । ଆଉ ପ୍ରତିଦିନ ଭିନ୍ନ ଭିନ୍ନ ପୋଜ ଓ ଡ୍ରେସ୍‌ରେ ଫଟୋ ସେୟାର କରିଥାନ୍ତି । ବୁଧବାର ଦିନ ଏହିପରି ଏକ ଘଟଣା ଘଟିଥିଲା । ନିଜର  ଅତରଙ୍ଗୀ ଡ୍ରେସ୍‌ ପିନ୍ଧି ଘରୁ ବାହାରିଥିଲେ ଉର୍ଫି ଜାଭେଦ । ଆଉ ତାଙ୍କୁ ଦେଖିବା ମାତ୍ରେ ପାପାରାଜୀମାନେ ଘେରିଯାଇଥିଲେ । ଉର୍ଫିଙ୍କୁ ନିଜ ଡ୍ରେସ୍‌ ବିଷୟରେ ପ୍ରଶ୍ନ ପଚାରିଥିଲେ , କିନ୍ତୁ ଉର୍ଫି ଦେଇଥିଲେ ଅଜବ ବୟାନ । ସେ କହିଥିଲେ ଯେ, ମୁଁ କଣ ଆଉ କହିବି ନିଜ ଡ୍ରେସିଂ ଷ୍ଟାଇଲ ବିଷୟରେ, ଦିନ ଆସିବ ମୁଁ  କପଡା ହିଁ ପିନ୍ଧିବିନାହିଁ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ କାହାକୁ ସରପ୍ରାଇଜ୍‌ ଦେବା ପାଇଁ ଭାବିନଥାଏ ।  ମୋତେ ଯାହା ଭଲ ଲାଗିବ, ମୁଁ ତାକୁ ହିଁ ପିନ୍ଧିବି । ଲୋକେ କଣ କହିବେ , ମୁଁ ତାକୁ ପସନ୍ଦ କରେ ନାହିଁ । ଏପିରି କହି ନିକ ବିରୋଧୀମାନଙ୍କୁ କଡ଼ା ଜବାବ ଦେଇଥିଲେ ଉର୍ଫି ଜାଭେଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.