ଅନାବରଣ ହେଲା ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତି, ‘ମାଡାମ ତୁସାଦ ନ୍ୟୁୟର୍କ’ରେ ପ୍ରଥମ ଭାରତୀୟ ସନ୍ନ୍ୟାସୀ

Published By : Prameya-News7 Bureau | January 30, 2024 IST

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ । ହୁଏତ ଏମିତି କେହି ଥିବେ ଯିଏ ତାଙ୍କୁ ଚିହ୍ନିନଥିବେ । ଖାଲି ଭାରତ ନୁହେଁ ବରଂ ବିଶ୍ବର ପ୍ରତ୍ୟେକ ଲୋକଙ୍କଠାରେ ଯୋଗ ଏବଂ ଭାରତୀୟ ସଂସ୍କୃତି ବିଷୟରେ ଜାଗୃତ କରିବା ଶ୍ରେୟ ଯାଉଛି ବାବା ରାମଦେବଙ୍କୁ। ଆଉ ଏବେ ତାଙ୍କୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି।

ପ୍ରକୃତରେ ଏବେ ଯୋଗ ଗୁରୁ ବାବା ରାମଦେବଙ୍କ ମହମ ପ୍ରତିମୂର୍ତ୍ତିର ଅନାବରଣ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ‘ମାଡାମ ତୁସାଦ ନ୍ୟୁୟର୍କ’ର ଏକ କାର୍ଯ୍ୟକ୍ରମରେ ଅନାବରଣ କରାଯାଇଛି। ଆଉ ଏହି ପ୍ରତିମୂର୍ତ୍ତି ଅନାବରଣ ସହ, ବାବା ରାମଦେବ ଏଭଳି ପ୍ରଥମ ଭାରତୀୟ ସନ୍ନ୍ୟାସୀ ହୋଇଛନ୍ତି, ଯାହାଙ୍କ ମହମ ପ୍ରତିମୂର୍ତ୍ତି ‘ନ୍ୟୁୟର୍କ ମାଡାମ ତୁସାଦ ସଂଗ୍ରହାଳୟ’ରେ ସ୍ଥାପିତ ହେବାକୁ ଯାଉଛି। ପତଞ୍ଜଳିର ପ୍ରବକ୍ତା ଏସକେ ତିଜାରାଓ୍ବାଲା କହିଛନ୍ତି ଏହାଦ୍ବାରା ଭାରତୀୟ ସଂସ୍କୃତି, ସନ୍ୟାସ ଏବଂ ସନାତନ ଯୋଗ ପରମ୍ପରାର ବୈଶ୍ବିକ ପ୍ରଭାକୁ ମାନ୍ୟତା ମିଳିବା।

ଆହୁରି ପଢ଼ନ୍ତୁ: ଏଲନ୍ ମସ୍କ ନ୍ୟୁରାଲିଙ୍କ ଚମତ୍କାରିତା, ପ୍ରଥମ ଥର ପାଇଁ ମାନବ ମସ୍ତିଷ୍କରେ ସ୍ଥାପିତ ହେଲା ଚିପ୍

୧୮୩୫ ମସିହାରେ ମାଡାମ ତୁସାଦ ମ୍ୟୁଜିୟମ ସ୍ଥାପନା କରାଯାଇଥିଲା। ମାଡାମ ତୁସାଦ ମ୍ୟୁଜିୟମ ମହମର ମୂର୍ତ୍ତିର ଲୋକପ୍ରିୟ ସଂଗ୍ରହାଳୟ। ଏଥିରେ ଦୁନିଆର ଅନେକ ମାନ୍ୟଗଣ୍ୟ ହସ୍ତିଙ୍କ ମୂର୍ତ୍ତି ରହିଛି। ଭାରତ କଥା କହିଥିଳେ ମହାତ୍ମା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ବଲିଉଡ ଅଭିନେତା ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ସମେତ ଏପର୍ଯ୍ୟନ୍ତ ୧୨ ହସ୍ତୀଙ୍କ ମୂର୍ତ୍ତି ଲଣ୍ଡନର ମ୍ୟୁଜିୟମରେ ଲଗାଯାଇଛି।  ସୂଚନାଥାଉକି, ବାବା ରାମଦେବଙ୍କ ମୂର୍ତ୍ତି ଉପରେ ଅନେକ ଦିନରୁ କାର୍ଯ୍ୟ ଜାରି ରହିଥିଲା। ଏହା ପୂର୍ବରୁ ରାମଦେବଙ୍କ ଉଚ୍ଚତା ଏବଂ ମାପ କରାଯାଇଥିଲା। ଏତିକି ନୁହେଁ ରାମଦେବଙ୍କ ୨୦୦ରୁ ଅଧିକ ଫଟୋ ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଉତ୍ତରାଖଣ୍ଡ ମଦ୍ରାସାରେ ପଢାଯିବ ରାମାୟଣ, ଓ୍ୱକ୍‌ଫ ବୋର୍ଡର ବଡ଼ ନିଷ୍ପତ୍ତି

ଏହା ପୂର୍ବରୁ ପତଞ୍ଜଳିର ପ୍ରବକ୍ତା ଏହାର ସୂଚନା ଦେଇଥିଲେ। ସେ କହିଥିଲେ ବିଶ୍ବର ସବୁଠୁ ବଡ଼ ମହମ ସଂଗ୍ରହାଳୟ ‘ମାଡାମ ତୁଷାଦ ସଂଗ୍ରହାଳୟ ନ୍ୟୁୟର୍କ’ ମଙ୍ଗଳବାର ଯୋଗ ଋଷି ସ୍ବାମୀ ରାମଦେବଙ୍କ ଉପସ୍ଥିତିରେ ତାଙ୍କର ମହମ ମୂର୍ତ୍ତିର ଅନାବରଣ କରିବେ। ଏହି ସମାରୋହ ଦିଲ୍ଲୀରେ ନୂଆଦିଲ୍ଲୀରେ ଆୟୋଜିତ ହେବ। ମାଡାମ ତୁଷାଦ ନ୍ୟୁୟର୍କ- ମର୍ଲିନ ଏଣ୍ଟରଟେନମେଣ୍ଟସ, ପତଞ୍ଜଳି ଯୋଗପୀଠର ବହୁ ଅଧିକାରୀ ଉପସ୍ଥିତ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.