oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

କରୋନା ଟିକା ନ ନେବା ଜୋକୋଭିକଙ୍କୁ ପଡିଲା ମହଙ୍ଗା, ଏବେ ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ହେଲେ ବାହାର

13/08/2022 at 4:15 PM

ନୂଆଦିଲ୍ଲୀ: କରୋନା ଟିକା ନ ନେବା ୨୧ ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ନୋଭାକ ଜୋକୋଭିକଙ୍କୁ ପୁଣି ଥରେ ମହଙ୍ଗା ପଡିଛି । ଟିକା ନ ନେବା କାରଣରୁ ସେ ଆମେରିକା ଯାତ୍ରା କରିପାରିବେ ନାହିଁ । ଏହି କାରଣରୁ ସିନସିନାଟି ଓପନ ହାର୍ଡକୋର୍ଟ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଏହାସହ ସେ ଚଳିତ ବର୍ଷର ୟୁଏସ ଓପନ ଯାହା ଅସନ୍ତା ଅଗଷ୍ଟ ୨୯ରୁ ଆରମ୍ଭ ହେବାକୁ ଯାଉଛି ସେଥିରେ ମଧ୍ୟ ଭାଗ ନେଇପାରିବେ ନାହିଁ ।

ସର୍ବିଆର ୩୫ ବର୍ଷୀୟ ଜୋକୋଭିକ କରୋନା ଟିକା ନ ନେବେ ନାହିଁ ବୋଲି ପୂର୍ବରୁ ଅନେକ ଥର କହି ସାରିଛନ୍ତି । ଏହି କାରଣରୁ ସେ ଜାନୁଆରୀରେ ଅଷ୍ଟ୍ରେଲିଆ ଓପନ ଏହଂ ଆମେରିକାରେ ଦୁଇଟି ଟୁର୍ଣ୍ଣାମେଣ୍ଟ ଖେଳି ପାରି ନଥିଲେ । ବର୍ତ୍ତମାନ ମଣ୍ଟ୍ରିୟଲରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ସେ ବାହାର ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଏବଂ କାନାଡା ଭ୍ୟାକ୍ସିନ ନେଇଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ।  

ଉଲ୍ଲେଖଯୋଗ୍ୟ ଯେ, ନୋଭାକ ଜୋକୋଭିକ କରୋନା ଭ୍ୟାକ୍ସିନ ନଲଗାଇବା ନେଇ ପୂର୍ବରୁ ବିବାଦକୁ ଆସିଥିଲେ । ଜୋକୋଭିକ ଅଷ୍ଟ୍ରେଲିଆ ଓପନ ପୂର୍ବରୁ ଭ୍ୟାକ୍ସିନ ନେଇଥିଲେ, ଯେଉଁଥିପାଇଁ ତାଙ୍କୁ ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବାହାର କରାଯାଇଥିଲା ।

   Related Posts