ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଦାଉ ସାଧିଛି ଅଦିନିଆ ବର୍ଷା, ମଣ୍ଡିରେ ଭିଜୁଛି କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ଧାନ

27/12/2019 at 7:24 PM

ଭୁବନେଶ୍ୱର ୨୭।୧୨: ସାରା ରାଜ୍ୟରେ କୋହଲା ପାଗ  । କିଛି ସ୍ଥାନରେ ଝିପି ଝିପି ବର୍ଷା । ଆଉ ଏଥିପାଇଁ ଧାନ ଚାଷୀ ଏବେ ମୁଣ୍ଡରେ ହାତ ଦେଇଛି । କାରଣ କେତେକ ସ୍ଥାନରେ ମଣ୍ଡିରେ ଧାନ ପଡିଛି । ବିଶେଷକରି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ୍‌ ଧାନ ଖୋଲା ଆକାଶ ତଳେ ପଡି ରହିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ । ସେପଟେ  ପ୍ରବଳ ଜାଡ଼ରେ ଥରୁଛି ସାରା ଓଡ଼ିଶା । ଓଡିଶା ଉପରେ ଟ୍ରଫ ଲାଇନ ଥିବାରୁ ଏହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ସହ ୮ ଜିଲ୍ଲାରେ ପ୍ରବଳ କୁହୁଡି ଅନୁଭୂତ ହୋଇଛି । …

ମଣ୍ଡିରେ ଭିଜୁଛି ଶହ ଶହ କ୍ୱିଣ୍ଟାଲ୍‌ ଧାନ । ହେଲେ ଧାନ ଉଠୁନାହିଁ । ଏ ହେଉଛି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିର ଦୃଶ୍ୟ । ହଜାର ହଜାର କ୍ୱିଣ୍ଟାଲ୍‌ ଧାନ ମଣ୍ଡିରେ ପଡି ରହିଛି । ଆଉ ଏତିକି ବେଳେ ଦାଉ ସାଧିଛି ଅଦିନିଆ ବର୍ଷା ।କେଉଁଠି ଚାଷୀ ଧାନ ବସ୍ତାକୁ ଘୋଡାଇ ରଖିବାକୁ ଚେଷ୍ଟା କରୁଛି ତ ଆଉ କେଉଁଠି ବର୍ଷାରେ ଭିଜୁଛି ଧାନ ବସ୍ତା । ନୂଆ ଡିଜିଟାଲ ପ୍ରଣାଳୀରେ ଧାନ କିଣାରେ ଅସୁବିଧା ଯୋଗୁଁ ଧାନ ଉଠାଣ ହୋଇ ପାରୁନାହିଁ । ଅନ୍ୟପଟେ ମିଲର ଧାନର ମାନକୁ ନେଇ କଟନୀ ଦାବି କରି ଧାନ କିଣାରେ ବିଳମ୍ବ କରୁଛି । ଧାନ ତୁରନ୍ତ ଉଠାଇବାକୁ ଦାବିକରି ବିଭିନ୍ନ ସ୍ଥାନରେ ଚାଷୀ ରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହୋଇଛି ।

ଆଉ ଏ ହେଉଛି ଜଗତସିଂପୁର ଜିଲ୍ଲାର ଚାଷୀଙ୍କ ଅବସ୍ଥା । ବିଲରେ ଧାନ ପଡିଛି , କଟା ହୋଇ ପାରିନାହିଁ । ଏପଟେ ଝିପିଝିପି ବର୍ଷା ଲାଗି ରହିବାରୁ ଧାନ ଫସଲ ବ୍ୟାପକ କ୍ଷତି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଜିଲାରେ ପ୍ରାୟ ୮୦ ହଜାର ହେକ୍ଟର ଚାଷ ଜମିରେ ଚଳିତ ବର୍ଷ ଧାନ ଚାଷ ହୋଇଛି । ହେଲେ ମାତ୍ର ୨୦ ଭାଗ ଜମିରେ ଧାନ କଟା ହୋଇ ଖଳାକୁ ଆସିଛି । ବିଲରେ ଓ ଖଳାରେ ସବୁଆଡେ ଧାନ ଓଦା ହେଉଥିବାରୁ ଗଜା ହେବା ଆରମ୍ଭ କଲାଣି । ରାଜ୍ୟର ଯେଉଁସବୁ ସ୍ଥାନରେ ବର୍ଷା ହେଉଛି ସେଠାକାର ଧାନଚାଷୀଙ୍କ ଅବସ୍ଥା ଏହିଭଳି ।

ଓଡିଶା ଉପରେ ସୃଷ୍ଟି ହୋଇଥିବା ଟ୍ରପ ଲାଇନ୍‌ ଝାଡଖଣ୍ଡ ଯାଏଁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ରହିବ ।  କେନ୍ଦୁଝରେ ସର୍ବାଧିକ ୫ ଦଶିମିକ ୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତା ସାଙ୍ଗକୁ ସାରା ରାଜ୍ୟରେ କୋହଲା ପାଗ ସହ ଶୀତ ଲହରି ଅନୁଭୂତ ହେଉଛି । ସୁନ୍ଦରଗଡ,କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ,ମୟୁରଭଞ୍ଜ, ପୁରୀ, କଳାହାଣ୍ଡି, କନ୍ଧମାଳ ଜିଲ୍ଳାରେ ପ୍ରବଳ କୁହୁଡି ଦେଖିବାକୁ ମିଳିଛି ।  ଜାନୁଆରୀ ଦ୍ୱିତୀୟ ସପ୍ତାହ ଯାଏଁ ଶୀତର ପ୍ରଭାବ ରହିବ । ଆଜି ଉତ୍ତର ଓଡିଶାର କିଛି ସ୍ଥାନରେ ଝିପିଝିପି ବର୍ଷା ସମ୍ଭାବନା ରହିଛି । ଏହା ସହ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

   Related Posts