UNSCରେ ପାକିସ୍ତାନକୁ ଟାର୍ଗେଟ୍ କଲା ଭାରତ, ପ୍ରତିନିଧି କହିଲେ ବନ୍ଦ ହେଉ ଆତଙ୍କବାଦୀଙ୍କୁ ବର୍ଗୀକୃତ କରିବା

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ୟୁଏନଏସସିରେ ଭାରତର କଡ଼ା ଆଭିମୁଖ୍ୟ । ଆତଙ୍କୀଙ୍କୁ ଶ୍ରେଣୀଭୂକ୍ତ କରିବା ଯୁଗ ସମାପ୍ତ ହେଉଛି । ଆତଙ୍କବାଦୀଙ୍କୁ ତାଲିକାଭୂକ୍ତ କରିବା ଠିକ୍ ନୁହେଁ ବୋଲି ନ୍ୟାସନାଲ ସିକ୍ୟୁରିଟି କାଉଁସିଲ ବୈଠକରେ ଭାରତ କହିଛି ।

ସଂଯୁକ୍ତ ରାଷ୍ଟ୍ର ପରିଷଦ ବୈଠକରେ ପାକିସ୍ତାନର ନାଁ ନନେଇ ଟାର୍ଗେଟ୍ କରିଛି ଭାରତ । ଆତଙ୍କବାଦୀଙ୍କୁ ନେଇ ଲୋକଙ୍କ ମଧ୍ୟରେ ଥିବା ଭିନ୍ନ ବିଚାରକୁ ବନ୍ଦ କରିବା ଦରକାର । ଆତଙ୍କବାଦୀଙ୍କୁ ଭଲ ଓ ଖରାପ ତାଲିକା କରି ଶ୍ରେଣୀଭୂକ୍ତ କରିବା ଠିକ୍ ନୁହେଁ । ଏହା ଆତଙ୍କୀଙ୍କ ବିରୋଧରେ ପ୍ରତିବଦ୍ଧତାକୁ ଦୁର୍ବଳ କରୁଛି । ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାର ସମୟ ଆସିଛି । ଆତଙ୍କବାଦୀଙ୍କୁ ନେଇ ରାଜନୀତି କରିବା ସମାପ୍ତ ହେବା ଦରକାର ବୋଲି ୟୁଏନଏସସିରେ ଭାରତୀୟ ପ୍ରତିନିଧି କହିଛନ୍ତି ।

୧୫ ରାଷ୍ଟ୍ରକୁ ନେଇ ସଂଯୁକ୍ତ ରାଷ୍ଟ୍ର ପରିଷଦ ବୈଠକକୁ  ଅଧ୍ୟକ୍ଷତା କରୁଛି ଭାରତ । ୧୪ ଓ ୧୫ ଡିସେମ୍ବରରେ ହେବାକୁ ଥିବା ସମ୍ମିଳନୀରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ନେତୃତ୍ବ ନେଇ ଆତଙ୍କବାଦୀ-ନିରୋଧ ଆଇନ ଉପରେ ହସ୍ତାକ୍ଷର କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.