ବିପଦସଙ୍କୁଳ ଅବସ୍ଥାରେ ପଶ୍ଚିମ ଓଡିଶାର ଆରାଧ୍ୟଦେବୀ ମାଆ ସମଲେଶ୍ବରୀଙ୍କ ମନ୍ଦିର
5/09/2018 at 12:55 AM

ବିପଦସଙ୍କୁଳ ଅବସ୍ଥାରେ ପଶ୍ଚିମ ଓଡିଶାର ଆରାଧ୍ୟଦେବୀ ମାଆ ସମଲେଶ୍ବରୀଙ୍କ ମନ୍ଦିର । ୧୫୬୦ ମସିହାରେ ନିର୍ମାଣ ହୋଇଥିବା ମନ୍ଦିରର, ଫାଉଣ୍ଡେସନ୍ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ଆଶଙ୍କା କରିଛନ୍ତି, ମନ୍ଦିର ପ୍ରଶାସନ,ପରିଚାଳନା କମିଟି ଓ ଟ୍ରଷ୍ଟ ସଦସ୍ୟ ମାନେ। କାରଣ ୫୦ବର୍ଷ ହେଲା ଏହି ମନ୍ଦିରର ମରାମତି କି, ଯାଞ୍ଚ କରାଯାଇନି। ମନ୍ଦିରର ଫାଉଣ୍ଡେସନ୍ ରେ ହଜାର ହଜାର ମୂଷା ରହିଥିବା ବେଳେ, ଏହାକୁ ଖୋଳି ନଷ୍ଟ କରିଦେଇଥିବା ଆଶଙ୍କା କରାଯାଉଛି। ରାଜ୍ୟ ସଂସ୍କୃତି ବିଭାଗର ଅନୁରୋଧକ୍ରମେ ଗତ ବର୍ଷ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିଥିଲେ ରାଜ୍ୟ ସରକାରଙ୍କ କ୍ୟୁରେଟର ଅଶ୍ବିନୀ ଶତପଥୀଙ୍କ ନେତୃତ୍ୟରେ ତିନିଜଣିଆ ଟିମ୍ ।ହେଲେ ମନ୍ଦିରର ସୁରକ୍ଷା ପାଇଁ, ରାଜ୍ୟ ସରକାରଙ୍କ କୌଣସି ଠୋସ୍ ପଦକ୍ଷେପ ନେଇନାହାନ୍ତି । ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ସମଲେଶ୍ବରୀ ମନ୍ଦିର ପ୍ରତି ରାଜ୍ୟ ସରକାରଙ୍କ ଏଭଳି ମନୋଭାବକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଭାପତି।