କାର୍ ଦୁର୍ଘଟଣାରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ଗୁରୁତର ଆହତ : ମା’ ଓ ଖୁଡ଼ି ମୃତ
29/07/2019 at 9:41 AM

ନୂଆଦିଲ୍ଲୀ ୨୯/୭: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତା ଜଣକ କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଏଥିରେ ତାଙ୍କର ମା’ ଓ ଖୁଡ଼ି ପ୍ରାଣ ହରାଇଛନ୍ତି। ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ୟୁପିର ବିଜେପି ବିଧାୟକ କୁଲଦୀପ ସେଙ୍ଗର ଅଭିଯୁକ୍ତ ଅଛନ୍ତି। ପୂର୍ବରୁ ସେ ଏହି ମାମଲାରେ ଗିରଫ ହୋଇସାରିଛନ୍ତି। ପୀଡ଼ିତା ଏକ କାରରେ ତାଙ୍କ ପରିବାର ଲୋକଙ୍କ ସହିତ ରାୟବରେଲୀ ଜେଲ୍ ରେ ଥିବା ନିଜର ଦାଦାଙ୍କୁ ଦେଖିବାକୁ ଯାଉଥିବା ବେଳେ ଗୋଟିଏ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ପୀଡ଼ିତାଙ୍କ ମା’ ଓ ଖୁଡ଼ି ପ୍ରାଣ ହରାଇଛନ୍ତି। ପୀଡ଼ିତା ଓ ତାଙ୍କର ଓକିଲ ଗୁରୁତର ଭାବେ ଆହତ ହୋଇ ଲକ୍ଷ୍ନୌର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି। ଏହି ଦୁର୍ଘଟଣା ଏକ ଷଡ଼ଯନ୍ତ୍ର ଏବଂ ଏହା ପଛରେ ଦୁଷ୍କର୍ମ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ହାତ ରହିଛି ବୋଲି ତାଙ୍କ ଭଉଣୀ ଅଭିଯୋଗ ଆଣିଛନ୍ତି। ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ କୁଲଦୀପ ସେଙ୍ଗର ମୁଖ୍ୟ ଅଭିଯୁକ୍ତ। ଏହାକୁ ନେଇ ୟୁପିରେ ଜୋରଦାର ବିରୋଧ ପ୍ରଦର୍ଶନ ହେବା ସହିତ ରାଜନୀତି ଜୋର ଧରିବା ପରେ ରାଜ୍ୟ ସରକାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
