ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ମେଡିକାଲରେ ଭର୍ତ୍ତି, ଅବସ୍ଥା ସଙ୍କଟାପନ୍ନ

Published By : Prameya-News7 Bureau | December 06, 2019 IST

ନୂଆଦିଲ୍ଲୀ ୦୬।୧୨ : ଉତ୍ତରପ୍ରଦେଶ ଉନାଓରେ ପୁଣି ହାଇଦ୍ରାବାଦ ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପୀଡିତା ଗୁରୁତର ଅବସ୍ଥାରେ ମେଡିକାଲରେରେ ଭର୍ତ୍ତି କରାଯାଇଛି ।

{"id":194409,"sizeSlug":"large"}

ସୂଚନାଯୋଗ୍ୟ ଯେ, ଉନ୍ନାଓ ଅଞ୍ଚଳରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଶୁଣାଣୀ ପାଇଁ କୋର୍ଟକୁ ଯାଉଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତ ଓ ତାର ୫ଜଣ ସହଯୋଗୀ ପୀଡିତାଙ୍କୁ ପୋଡି ମାରିଦେବାକୁ ଉଦ୍ୟମ କରିଛନ୍ତି । ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ ଘଟଣାସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ  ପ୍ରଥମେ ଲକ୍ଷ୍ନୌ ସିଭିଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରେ ସ୍ବାସ୍ଯ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାରଲିପ୍ଟ ମାଧ୍ୟମରେ ଦିଲ୍ଲୀ ସବଦରଜଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  

{"id":194410,"sizeSlug":"large"}

ଡ଼ାକ୍ତରଙ୍କ ସୁଚନା ଅନୁସାରେ ପୀଡ଼ିତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି । ଦୁବୃତ୍ତଙ୍କ ଆକ୍ରମଣରେ ପିଡୀତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିଲେ ମଧ୍ୟ ପୀଡ଼ିତା ପ୍ରାୟ ଏକ କିଲୋମିଟର ପାଦରେ ଚାଲି ଚାଲି ଯାଇଥିଲେ ଓ ଜଣେ ଲୋକଙ୍କୁ ମଧ୍ୟ ସହାୟତା ମାଗିଥିଲେ । ଏହା ସହ ପୀଡ଼ିତା ନିଜେ ଫୋନ କରି ପୋଲିସକୁ ନିଜର ଅଭିଯୋଗ ଜଣାଇଥିଲେ । ପୀଡ଼ିତାଙ୍କ ଫୋନ କଲ ପାଇବା ପରେ ଅମ୍ବୁଲାନ୍ସ ତାଙ୍କୁ ସହାୟତା କରିଥିଲା । ଘଟଣାକୁ ନେଇ ବିରୋଧୀ ୟୁପିର ବିଜେପି ସରକାରକୁ ଘେରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୋଷୀମାନଙ୍କୁ ଯେତେ ଶୀଘ୍ର ଦଣ୍ଡ ଦିଆଯାଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.