Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କ କାରନାମାର ପ୍ରମାଣ ପାଇଛି ସିବିଆଇ

11/05/2018 at 10:02 AM

ଧରାପଡିଗାଲା ଗୁମର । ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରଙ୍କ କାରନାମାର ପ୍ରମାଣ ପାଇଛି ସିବିଆଇ । ଶେଷରେ ଏହି ରାଜନୈତୀକ ସଂପୃକ୍ତି ଥିବା ଚର୍ଚ୍ଚିତ ମାମାଲାରେ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ନେଇ ନିଶ୍ଚିତ ହୋଇଛି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀ । ମାମଲାରେ ସ୍ଥାନୀୟ ପୋଲିସର  ଦୋଷକୁ ବି ଧରିଛି ସିବିଆଇ । ବିଧାୟକଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ଅଭିଯୋଗର ପ୍ରମାଣ  ସହ ତାଙ୍କୁ ଖସାଇବାକୁ ସ୍ଥାନୀୟ ପୋଲିସର ପଦକ୍ଷେପ ନେଇ ମଧ୍ୟ ଧରାପଡିଛି । ଗତବର୍ଷ ଜୁନ୍ ୪ ତାରିଖରେ ଅଭିଯୋଗକାରିଣୀ ନାବାଳିକାକୁ ବିଧାୟକ ସେନଗାର ତାଙ୍କ ଘରେ ଦୁଷ୍କର୍ମ କରିଥିଲେ । ସେହି ସମୟରେ ବିଧାୟକଙ୍କ ମହିଳା ସହଯୋଗୀ ଶଶୀ ସିଂହ ବାହାରେ ଜଗିରହିଥିଲେ । ଅଭିଯୋଗକାରିଣୀଙ୍କ ଏହି ଅଭିଯୋଗ ଏବଂ ଘଟଣା ନେଇ ସିବିଆଇ ନିଶ୍ଚିତ ହୋଇଛି । ଚାକିରି ଦେବା ପ୍ରଲୋଭନରେ ଝିଅଟିକୁ ବିଧାୟକଙ୍କ ଘରକୁ ଡାକିଆଣିଥିଲା ଶଶୀ ସିଂହ । ଦୁଷ୍କର୍ମ ପରେ ଧମକ ଯୋଗୁଁ ଝିଅଟି କାହାକୁ କିଛି କହିନଥିଲା । ଏହାପରେ ଜୁନ୍‌ ୧୧ ତାରିଖରେ ତିନିଜଣ ବ୍ୟକ୍ତି ଝିଅଟିକୁ ଅପହରଣ କରିନେଇଥିଲେ । ୧୧ରୁ ୧୯ ତାରିଖ ପର୍ଯ୍ୟନ୍ତ ଅପହର୍ତ୍ତା ମାନେ ଝିଅଟିକୁ ବାରମ୍ବାର ଗଣ ବଳାତ୍କାର କରିଥିଲେ । ଏନେଇ  ଝିଅଟି ଆରମ୍ଭରୁ ତାର ବୟାନରେ ଅଟଳ ରହିଛି । ଅପହରତ୍ତାଙ୍କ ନାମ ମଧ୍ୟ କହିଛି । ସିବିଆଇ ସେହି ବୟାନ ରେକର୍ଡ ସହ ଘଟଣା ର ସତ୍ୟାସତ୍ୟ ନେଇ ମଧ୍ୟ ନିଶ୍ଚିତ ହୋଇଛି । ତେବେ ଏଫଆଇଆର୍‌ରେ  ସ୍ଥାନୀୟ ପୋଲିସ ବିଧାୟକ ସେନଗାରଙ୍କ ନାମ ନରଖିବା ଏକ ବିଦ୍ଧିବଦ୍ଧ ଷଡଯନ୍ତ୍ରର ସଂକେତ ଦେଉଥିବା ମଧ୍ୟ ଜଣାଯାଇଛି । ଅଭିଯୁକ୍ତ ବିଧାୟକ ସେନଗାର ଗିରଫ ହୋଇ ଏବେ ଉତ୍ତରପ୍ରଦେଶର ସୀତାପୁର ଜେଲ୍‌ରେ ଅଛନ୍ତି ।ସିବିଆଇ  ପ୍ରମାଣ ହାସିଲ କଲାପରେ ତାଙ୍କ ମୁକୁଳିବା ଆଶା ଏବେ କଠିନ ହୋଇଛି ।

Leave a Reply

   Related Posts