ଖୋଲିବ ଉନ୍ମେୟ ପାଢୀ ମୃତ୍ୟୁ ରହସ୍ୟ !!!
16/05/2018 at 5:41 AM

ଭୁବନେଶ୍ବର କୂଆଖାଇ ପଠାରେ ଉନ୍ମେୟ ପାଢୀଙ୍କ ମୃତ୍ୟୁ ରହସ୍ୟ ଖୋଲିବ । ଉନ୍ମେୟ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି । ଫରେନସିକ୍ ରିପୋର୍ଟ, ପାରିପାର୍ଶ୍ବିକ ସ୍ଥିତି ଆଧାରରେ ଉନ୍ମେୟ ଆତ୍ମହତ୍ୟା କରିଥିବା ପୋଲିସ ସୂଚନାରୁ ଜଣାଯାଇଛି । । ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ବିସ୍ତୃତ ସୂଚନା ଦେବେ ଭୁବନେଶ୍ବର ଡିସିପି ଅନୁପ ସାହୁ । ଗତ ମାର୍ଚ୍ଚ ୨୧ ତାରିଖ ଦିନ କୁଆଖାଇ ନଦୀ ପଠାରୁ ଉନ୍ମେୟ ପାଢୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ଭୁବନେଶ୍ବର ବିଜେବି ନଗର ବାସିନ୍ଦା ଉନ୍ମେୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା । ଉନ୍ମେୟଙ୍କ ମୃତ୍ୟୁ ସହ ଏକ ବିବାଦୀୟ ଭିଡିଓ ଘଟଣାର ସଂପୃକ୍ତି ନେଇ ସନ୍ଦେହ କରି ପୋଲିସ କିଛି ଲୋକଙ୍କୁ ପଚରା ଉଚରା କରିଥିଲା ।ବିବାଦୀୟ ଭିଡିଓରେ ଥିବା ଯୁବତୀ ,ତାଙ୍କ ପୁରୁଷ ବନ୍ଧୁ ଓ ଅନ୍ୟକିଛି ବ୍ୟକ୍ତିଙ୍କସହ ଉନ୍ମେୟଙ୍କ ଭାଇଙ୍କୁ ବି ପଚରା ଉଚରା କରିଛାଡିଦେଇଥିଲା । ଏବେ ଉନ୍ମେୟ ଆତ୍ମହତ୍ୟା କରିଥିବା ସୂଚନା ଆସିଛି ।