ପାରିବାରିକ ସମ୍ପର୍କ ଅବିବାହିତ ଏବଂ ସମଲିଙ୍ଗୀଙ୍କୁ ନେଇ ହୋଇପାରିବ-ସୁପ୍ରିମକୋର୍ଟ

Published By : Prameya-News7 Bureau | August 29, 2022 IST

ନୂଆଦିଲ୍ଲୀ ୨୯/୦୮; ପାରିବାରିକ ସମ୍ପର୍କ ଘରୋଇ, ଅବିବାହିତ କିମ୍ବା ସମଲିଙ୍ଗୀ ସମ୍ପର୍କ ଆଧାରର ହୋଇପାରେ ବୋଲି କହିଛନ୍ତି ସୁପ୍ରିମକୋର୍ଟ।  ଅଦାଲତ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏସବୁ ସମ୍ପର୍କ ପାରିବାରିକ ସମ୍ପର୍କ ପାଇବାର ହକଦାର୍‌। ଏହି ସବୁ ସମ୍ପର୍କ ମଧ୍ୟ ଆଇନ ଅନୁଯାୟୀ ସୁରକ୍ଷା ପାଇବାକୁ ଯୋଗ୍ୟ।
ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆଇନ ଏବଂ ସମାଜରେ ପରିବାରର ସଜ୍ଞା ହେଉଛି ଯେ, ମାଆ ବାପାଙ୍କ ସହ ତାଙ୍କ ପିଲାଙ୍କର ସମ୍ବନ୍ଧ । ଯେଉଁ ସମ୍ପର୍କ ସ୍ଥିର ଏବଂ ସବୁ ଦିନ ପାଇଁ ରହିଥାଏ। ଏହାର ଏକ ସ୍ବତନ୍ତ୍ର ସଜ୍ଞା ରହିଛି। ଦୀର୍ଘ ଦିନ ଧରି ଏହି ଆଧାରରେ ଆମେ ପାରିବାରିକ ସମ୍ପର୍କକୁ ସିକୃତି ଦେଇ ଆସୁଛୁ।
ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଦ୍ ଏବଂ ଏସ୍ ବୋପନ୍ନାଙ୍କ ଏକ ବେଞ୍ଚ ଏକ ଆଦେଶରେ କହିଛନ୍ତି ଯେ, ଏହି ଧାରଣା ଅନେକ ସମ୍ପର୍କକୁ ପାରିବାରିକ ସମ୍ପର୍କ ପାଇଁ ଅଣଦେଖା କରିଥାଏ। କିଛି ପରିସ୍ଥିତିରେ ପାରିବାରିକ ସମ୍ପର୍କ ଗଠନରେ ପରିବର୍ତ୍ତନ ଆଣାଯାଇପାରେ। ଏହା ଅନେକ ସମ୍ପର୍କକୁ ନୂତନ ସମ୍ପର୍କର ରୂପ ଦେଇପାରେ। ଘରୋଇ, ଅବିବାହିତ ଏବଂ ସମଲିଙ୍ଗୀ ସମ୍ପର୍କକୁ ମଧ୍ୟ ପାରିବାରିକ ସମ୍ପର୍କର ରୂପ ଦିଆଯାଇପାରେ।
୨୦୧୮ ରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧୀକରଣ ଶ୍ରେଣୀରୁ ବାହାର କରିବା ସହ LGBT ଲୋକଙ୍କ ବିବାହକୁ ଅନୁମତି ଦେଇଥିଲେ ସର୍ବୋଚ୍ଚ ଅଦାଲତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.