ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ସମୁଦ୍ର ଜଗିବ ମାନବବିହୀନ ସଶସ୍ତ୍ର ବୋଟ୍, ରିମୋଟ୍ ପରିଚାଳିତ ବୋଟର ପରୀକ୍ଷଣ

6/10/2022 at 2:56 PM

ନୂଆଦିଲ୍ଲୀ ୦୬/୧୦: ସମୁଦ୍ର ଜଗିବ ମାନବବିହୀନ ସଶସ୍ତ୍ର ବୋଟ୍ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରିମୋଟ୍ ପରିଚାଳିତ ବୋଟର ପରୀକ୍ଷଣ ହୋଇଛି । DRDO ଦ୍ବାରା ପୁନେର ଭାମା ଆସ୍ ଖେଣ୍ଡ ଡ୍ୟାମରେ ସଫଳ ପରୀକ୍ଷଣ ହୋଇଛି । ସମୁଦ୍ରରେ ଶତ୍ରୁପକ୍ଷର ଗତିବିଧି ଜାଣିବା ସହ ସେମାନଙ୍କ ମୁକାବିଲା କରିପାରିବ ।

ଏହି ବୋଟଟି ଲଗାତାର ୨୪ ଘଣ୍ଟା ପାଣିରେ ରହି ପାଟ୍ରୋଲିଂ କରିପାରିବ । ବିଦ୍ୟୁତ ଓ ମୋଟର ଇଞ୍ଜିନରେ ଏହି ବୋଟ ଚାଲିବ । ଏହି ଜାହାଜକୁ ଦୂରରୁ ନିୟନ୍ତ୍ରଣ କରାଯାଇପାରିବ । ଜାହାଜରେ ଚାଳକ ନ ଥିବାରୁ ଭିଡିଓ ଫିଡ୍ ଗ୍ରାଉଣ୍ଡ କଣ୍ଟ୍ରୋଲ୍ ଷ୍ଟେସନକୁ ଫିଡ ସ୍ଥାନାନ୍ତର କରିହେବ । ପ୍ରଥମ ପର୍ଯ୍ୟାୟରେ ୩ଟି ରିମୋଟ୍ ଚାଳିତ ବୋର୍ଟର ପରୀକ୍ଷଣ କରାଯାଇଛି । ଆଗକୁ ଅଧିକ ବୋଟ ନିର୍ମାଣ ପାଇଁ DRDO ପକ୍ଷରୁ ଯୋଜନା ରହିଛି ।

   Related Posts