suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅନଲକ୍ ୬.୦: ଅନ୍ତର୍ଜାତୀୟ ବିମାନ ଉଡାଣ ଅନୁମତି ନାହିଁ, ବାହା-ଭୋଜି-ମିଟିଂ ପାଇଁ ଅଳ୍ପ କୋହଳ, ସିନେମା ହଲ୍ ନିଷ୍ପତ୍ତି ୧୬ ପରେ

31/10/2020 at 11:50 AM

ଭୁବନେଶ୍ୱର ୩୧।୧୦: ରାଜ୍ୟ ପାଇଁ ଆସିଲା ଅନଲକ 6.0 ଗାଇଡଲାଇନ୍‌ । ରାଜ୍ୟରେ ନଭେମ୍ବର 30 ପର୍ଯ୍ୟନ୍ତ ଲାଗୁ ହେବ ଏହି ଗାଇଡଲାଇନ । ନଭେମ୍ବର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍  କଟକଣା ଜାରି ରହିବ । ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ । ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ୨୦୦ ଜଣ । ଅନ୍ତିମ ସତ୍କାର ସମୟରେ ୫୦ ଜଣ ଉପସ୍ଥିତ ରହିପାରିବେ । ୫୦% ଲୋକଙ୍କୁ ନେଇ ହଲ୍ ଭିତରେ କାର୍ଯ୍ୟକ୍ରମ ହୋଇପାରିବ I କଟକଣା ସହ ଧାର୍ମିକସ୍ଥଳୀରେ ପୂଜା ଅନୁମତି ଦେଇପାରିବେ ପ୍ରଶାସନ ।

ନୂଆ ଗାଇଡଲାଇନ୍‌ ଅନୁସାରେ ବନ୍ଦ ରହିବ ସିନେମା ହଲ୍‌, ସୁଇମିଂ ପୁଲ୍‌ ଏବଂ ଥିଏଟର। ବିବାହ କାର୍ଯ୍ୟରେ ଯୋଗ ଦେଇ ପାରିବେ ୨ ଶହ ଜଣ ବ୍ୟକ୍ତି । ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ୫୦ ଜଣ ବ୍ୟକ୍ତି। ତେବେ କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ୍ ‌ଜାରି ରହିବ। ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ୫୦ ପ୍ରତିଶତ ଲୋକଙ୍କୁ ନେଇ ହଲ୍‌ ଭିତରେ କାର୍ଯ୍ୟକ୍ରମ ହୋଇପାରିବ। ସେହିପରି ରାଜନୈତିକ, ସମାଜିକ , ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ ନଭେମ୍ବର 30 ପର୍ଯ୍ୟନ୍ତ ବନ୍ଦ ରହିବ ।

 ସବୁ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିବ ବନ୍ଦ , କିନ୍ତୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ନଭେମ୍ବର ୧୬ରୁ ଖୋଲିବ । ଏଥିପାଇଁ ଆସିବ ଏକ ଏସ୍‌ଓପି । ଧାର୍ମିକ ସ୍ଥଳରେ ପୂଜାର୍ଚନା ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେଇ କରିପାରିବେ । ସେଠାରପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଦେଇ ପାରିବେ ଅନୁମତି ।  ସମସ୍ତ ସିନେମା ହଲ , ସୁଇମିଙ୍ଗ ପୁଲ ଆଦି ନଭେମ୍ବର 16 ପର୍ଯ୍ୟନ୍ତ ବନ୍ଦ ରହିବ । ସିନେମାହଲ୍, ସ୍ବିମିଂପୁଲ୍, ଅଡିଟୋରିୟମ୍ ଖୋଲିବା ନେଇ ନଭେମ୍ବର ୧୬ରେ ନିଷ୍ପତ୍ତି ନିଆଯିବ ।

   Related Posts