କେନ୍ଦୁଝରରୁ ଅଚିଂହା ମହିଳାଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

Published By : Prameya-News7 Bureau | September 29, 2018 IST

କେନ୍ଦୁଝର ୨୯/୯ : କେନ୍ଦୁଝର ସହର ମଧ୍ୟରେ ଥିବା ଧର୍ମଶାଳାର ପଛପଟେ ଏକ ଅଚିହ୍ନା ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ହୋଇଛି । ପରିପାଶ୍ୱିକ ସ୍ଥିତିରୁ ମହିଳାଙ୍କୁ କେହି ହତ୍ୟା କରି ସେଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ଏବେ ଯାଏଁ ମିଳିପାରିନାହିଁ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ପୁଲିସର ତଦନ୍ତ ଜାରି ରହିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ କଥା ଜାଣିହେବ ବୋଲି ପୁଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.